ରାସନକାର୍ଡ ପ୍ରସଙ୍ଗ: ୭ କର୍ପୋରେଟର ଓ ୨ ପୂର୍ବତନ କର୍ପୋରେଟରଙ୍କ କାର୍ଡ ବାତିଲ ଲାଗି ନିର୍ଦ୍ଦେଶ

କଟକ: କଟକ ଜିଲ୍ଲାପାଳଙ୍କୁ ସିଏମସି କମିଶନର ଚିଠି ଲେଖି ୭ଜଣ କର୍ପୋରେଟର ଓ ଆଉ ୨ଜଣ ପୂର୍ବତନ କର୍ପୋରେଟରଙ୍କ ରାସନକାର୍ଡ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାସନକାର୍ଡରେ କଟକ ମେୟରଙ୍କ ନାମ ଥିବା ଜଣାପଡିବା ପରେ ଉଭୟ କଂଗ୍ରେସ ଓ ବିଜେପି ରାଜରାସ୍ତାକୁ ଓହ୍ଲାଇ ଥିଲେ। କଂଗ୍ରେସ ପକ୍ଷରୁ କଟକ ମେୟରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବାକୁ ଦାବି କରାଯାଇଥିଲା। ଆନ୍ଦୋଳନ ତେଜୁବାରୁ କଟକ ମେୟର ଅନିତା ବେହେରା ତାଙ୍କ ପଦରୁ ଇସ୍ତଫା ଦେଲେ। ଏହାସହ […]

rasan card

Rakesh Mallick
  • Published: Wednesday, 30 December 2015
  • , Updated: 30 December 2015, 08:48 AM IST

କଟକ: କଟକ ଜିଲ୍ଲାପାଳଙ୍କୁ ସିଏମସି କମିଶନର ଚିଠି ଲେଖି ୭ଜଣ କର୍ପୋରେଟର ଓ ଆଉ ୨ଜଣ ପୂର୍ବତନ କର୍ପୋରେଟରଙ୍କ ରାସନକାର୍ଡ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାସନକାର୍ଡରେ କଟକ ମେୟରଙ୍କ ନାମ ଥିବା ଜଣାପଡିବା ପରେ ଉଭୟ କଂଗ୍ରେସ ଓ ବିଜେପି ରାଜରାସ୍ତାକୁ ଓହ୍ଲାଇ ଥିଲେ। କଂଗ୍ରେସ ପକ୍ଷରୁ କଟକ ମେୟରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବାକୁ ଦାବି କରାଯାଇଥିଲା। ଆନ୍ଦୋଳନ ତେଜୁବାରୁ କଟକ ମେୟର ଅନିତା ବେହେରା ତାଙ୍କ ପଦରୁ ଇସ୍ତଫା ଦେଲେ। ଏହାସହ ତାଙ୍କୁ କର୍ପୋରେଟ ପଦବୀରୁ ମଧ୍ୟ ଇସ୍ତଫା ଦେବାକୁ ପଡିଲା।

ଦଳ ଓ ସଭାପତି ନବୀନ ପଟ୍ଟନାୟକଙ୍କ ସମ୍ମାନ ଦୃଷ୍ଟିରୁ ସ୍ୱ-ଇଚ୍ଛାରେ ଇସ୍ତଫା ଦେଇଛି। ଏଥିରେ ମୋର କିଛି ଦୋଷ ନାହିଁ, ଭୁଲ ବଶତଃ ରାସନ କାର୍ଡ ତାଲିକାରେ ମୋର ନାଁ ରହିଯାଇଛି ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଏହି ଘଟଣାକୁ ନେଇ ସାରାଦିନ ଶାସକ ଦଳକୁ ନାକେଦମ ଦେବାକୁ ପଡିଥିଲା। ମେୟରଙ୍କ ଇସ୍ତଫା ପରେ ପାଳି ପଡିଥିଲା ପ୍ରଶାସନିକ ଅଧିକାରୀଙ୍କ। କାର୍ଯ୍ୟର ଅନିୟମିତତା କରିଥିବା ଅଭିଯୋଗରେ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିଦିଆଯାଇଥିଲା। ସିଏମସି କମିଶନର ଏହି ନିଲମ୍ବନ କରିଥିଲେ। ନିଲମ୍ବିତ କର୍ମଚାରୀମାନେ ହେଲେ ସିଏମସି କମ୍ୟୁନିଟି ଅଫିସର ଅର୍ଘ୍ୟ ପ୍ରତାପ ମହାନ୍ତି ଏବଂ ତାଲିକା ପ୍ରସ୍ତୁତ କରିଥିବା ମ୍ୟୁନିସପାଲଟି ହାଇସ୍କୁଲର ଶିକ୍ଷକ ସରୋଜ କୁମାର ପ୍ରତାପ।

Related story