ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ, ଭିତ୍ତିଭୂମି ବିକାଶ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ରୋଡ୍ ନିକଟସ୍ଥ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପର ଭିତ୍ତିଭୂମି ବିକାଶ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ଓଡ଼ିଶା ସରକାରଙ୍କୁ ଅନୁମତି ଦିଆଯାଇଛି । ଡିଆରଡିଓ ଅଧୀନରେ ଥିବା ଏହି ଏୟାରଷ୍ଟ୍ରିପକୁ ‘ଉଡାଣ’ ଯୋଜନା ସାମିଲ କରାଯାଇଛି ଓ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏହାର ପରିଚାଳନା ଦାୟିତ୍ୱରେ ରହିବେ । ଏହି ଏୟାରଷ୍ଟ୍ରିପର ବିକାଶ ପରେ ଭୁବନେଶ୍ୱରରୁ ଏହି ବିମାନ ବନ୍ଦରକୁ ଯିବାଆସିବାର ସୁବିଧା ଉପଲବ୍ଧ ହୋଇପାରିବ। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ କେନ୍ଦ୍ର […]

Indigo

Ordigital Desk
  • Published: Tuesday, 22 November 2022
  • , Updated: 22 November 2022, 09:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ରୋଡ୍ ନିକଟସ୍ଥ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପର ଭିତ୍ତିଭୂମି ବିକାଶ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ଓଡ଼ିଶା ସରକାରଙ୍କୁ ଅନୁମତି ଦିଆଯାଇଛି । ଡିଆରଡିଓ ଅଧୀନରେ ଥିବା ଏହି ଏୟାରଷ୍ଟ୍ରିପକୁ ‘ଉଡାଣ’ ଯୋଜନା ସାମିଲ କରାଯାଇଛି ଓ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏହାର ପରିଚାଳନା ଦାୟିତ୍ୱରେ ରହିବେ । ଏହି ଏୟାରଷ୍ଟ୍ରିପର ବିକାଶ ପରେ ଭୁବନେଶ୍ୱରରୁ ଏହି ବିମାନ ବନ୍ଦରକୁ ଯିବାଆସିବାର ସୁବିଧା ଉପଲବ୍ଧ ହୋଇପାରିବ।

ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ଏୟାରଷ୍ଟ୍ରିପର ବିକାଶ ପାଇଁ ଓଡ଼ିଶା ସରକାରଙ୍କୁ ଅନୁମତି ଦିଆଯାଇଛି । ଓଡ଼ିଶା ସରକାରଙ୍କୁ ୨୬.୦୩କୋଟି ଟଙ୍କାର କ୍ଷତିପୂରଣ ରାଶି ବଦଳରେ ୧୬୦.୩୫ଏକର ସେନା ଜମିରେ ଏୟାରଷ୍ଟ୍ରିପ ବିକାଶ କରିବା ନିମନ୍ତେ ଅନୁମତି ଦିଆଯାଇଛି । ଏୟାରଷ୍ଟ୍ରିପରେ ଭିତ୍ତିଭୂମି ବିକାଶ କାର୍ଯ୍ୟ କରିବା ପୂର୍ବରୁ ଏହି ଅର୍ଥକୁ ଭାରତ ସରକାରଙ୍କ କନସୋଲିଡେଟେଡ୍ ପାଣ୍ଠିରେ ଜମା କରିବାକୁ ପଡ଼ିବ । ତେବେ ଏହି ଜମିର ମାପ, ପ୍ରକୃତ ସ୍ଥାନ, ଜମିର ଦର ସହ ଏହାର ହସ୍ତାନ୍ତର ପ୍ରକ୍ରିୟା ସହ ସୁରକ୍ଷା ଦିଗର ନିର୍ଦ୍ଧାରଣ ସହ ସେହି ଜମିରେ ଘରୋଇ ଓ ସରକାରୀ ସମ୍ପତ୍ତି ଥିଲେ ତାକୁ ନଷ୍ଟ ଆଦି ପାଇଁ ଅଫିସରଙ୍କ ସ୍ୱତନ୍ତ୍ର ବୋର୍ଡ ଗଠନ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଏହି ସବୁ କାର୍ଯ୍ୟ ଅନୁମତି ମିଳିବାର ୪ ସପ୍ତାହ ମଧ୍ୟରେ କରିବାକୁ କୁହାଯାଇଛି । ଏହି ବୋର୍ଡ ଅଫ ଅଫିସର୍ସରେ ସଦସ୍ୟ ଭାବେ ରାଜ୍ୟ ସରକାର, ଡିଆରଡିଓ ଓ ଭୁବନେଶ୍ୱର ସର୍କଲ ଡିଇଓ ରହିବେ । କାର୍ଯ୍ୟ କରିବାରେ ବିଳମ୍ବ ହେଲେ ଅନୁମୋଦିତ ଭିତ୍ତିଭୂମି ବିକାଶ ପାଇଁ ଯାହା ଅର୍ଥ ଖର୍ଚ୍ଚ ହେବ ତାହା ଓଡ଼ିଶା ସରକାରଙ୍କୁ ବହନ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ କେନ୍ଦ୍ର ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ ଚିଠି ଲେଖି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଏୟାରଷ୍ଟ୍ରିପରୁ ବ୍ୟବସାୟିକ ବିମାନ ଉଡ଼ାଣ ନିମନ୍ତେ ଡିଆରଡିଓଠୁ ଅନାପତ୍ତି ପ୍ରମାଣପତ୍ର ଲୋଡ଼ିଥିଲେ । ଏପ୍ରିଲ ମାସରେ ଡିଆରଡିଓ ପକ୍ଷରୁ ଏହି ଏୟାରଷ୍ଟ୍ରିପର ବିକାଶ ଓ ଉପଯୋଗ ନିମନ୍ତେ ଅନାପତ୍ତି ପ୍ରମାଣପତ୍ର ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୁପାରିସ୍ କରାଯାଇଥିଲା।

ସୂଚନାଯୋଗ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ରାସଗୋବିନ୍ଦପୁର ବିମାନ ବନ୍ଦରର ଉପଯୋଗ ହେଉଥିଲା । ଏହାର ରନୱେ ସମଗ୍ର ଏସିଆର ସର୍ବବୃହତ୍ ରନୱେ ଥିଲା । ଅବଶ୍ୟ ଏହି ଯୁଦ୍ଧ ପରେ ରକ୍ଷଣାବେକ୍ଷଣ ଅଭାବରୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହି ନଷ୍ଟ ହୋଇଯାଇଛି।

Related story