ଏସ୍‌ପି ଅଫିସ୍‌ ଘେରିବେ, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଥଗାଡ଼ିଆ ଗାଁର ଦଳିତ ଛାତ୍ର ସୋମନାଥ ନାୟକଙ୍କ ହତ୍ୟାକାରୀକୁ ଶୀଘ୍ର ଗିରଫ କରାନଗଲେ ଆସନ୍ତା ୨ ତାରିଖରେ ନୟାଗଡ଼ ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛି ରାଷ୍ଟ୍ରୀୟ ଦଳିତ ମହାସଭାର ଓଡ଼ିଶା ଶାଖା। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ପୁଲିସ୍‌ର ଉଦାସୀନତା ଯୋଗୁ ହତ୍ୟାକାରୀ ଏଯାଏ ଧରାପଡ଼ି ନ ଥିବା ଅଭିଯୋଗ କରିଛି ସଂଘ। ଜାନୁଆରୀ […]

pc

Jitendra Garnayak
  • Published: Thursday, 28 February 2019
  • , Updated: 28 February 2019, 08:28 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଥଗାଡ଼ିଆ ଗାଁର ଦଳିତ ଛାତ୍ର ସୋମନାଥ ନାୟକଙ୍କ ହତ୍ୟାକାରୀକୁ ଶୀଘ୍ର ଗିରଫ କରାନଗଲେ ଆସନ୍ତା ୨ ତାରିଖରେ ନୟାଗଡ଼ ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛି ରାଷ୍ଟ୍ରୀୟ ଦଳିତ ମହାସଭାର ଓଡ଼ିଶା ଶାଖା। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ପୁଲିସ୍‌ର ଉଦାସୀନତା ଯୋଗୁ ହତ୍ୟାକାରୀ ଏଯାଏ ଧରାପଡ଼ି ନ ଥିବା ଅଭିଯୋଗ କରିଛି ସଂଘ।

ଜାନୁଆରୀ ୧୨ ତାରିଖରେ ସୋମନାଥଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଜାନୁଆରୀ ୨୦ ତାରିଖରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ମିଳିଥିଲା। ମୃତ ଦେହରେ ଅନେକ କ୍ଷତ ଚିହ୍ନ ମଧ୍ୟ ଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍‌ ଏଯାଏ ଏ ମାମଲାରେ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇନାହିଁ।

Related story