ମାଂସ ବୋଝେଇ ମିନିଟ୍ରକ୍‌କୁ ନେଇ ଉତ୍ତେଜନା: ଡ୍ରାଇଭର ଅଟକ

Ordigital Desk
  • Published: Saturday, 20 May 2017
  • , Updated: 20 May 2017, 07:49 AM IST
<p>ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ଛକରେ କଟାମାଂସ ନେଇ ଯାଉଥିବା ଏକ ମିନିଟ୍ରକକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ମିନିଟ୍ରକରେ ଗୋମାଂସ ଥିବା ଅଭିଯୋଗ ହୋଇଛି। ଟ୍ରକଟି କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବାବେଳେ କିଛି ଲୋକେ ମିନିଟ୍ରକକୁ ଅଟକ ରଖିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୋଲିସ ପହଞ୍ଚି ଡ୍ରାଇଭରଙ୍କୁ ଅଟକ ରଖିଛି।</p> <p>ତେବେ ଏହି ମିନିଟ୍ରକଟି କାହାର ଏବଂ କେଉଁ ସ୍ଥାନକୁ ଏହି କଟାମାଂସ ଯାଉଥିଲା, ସେନେଇ ପୋଲିସ ତନାଘନା ଜାରି ରଖିଛି।</p>

Related story