ତ୍ରେତୟାରେ ସମୁଦ୍ର ଲଙ୍ଘିବା ହନୁମାନ ଏଥର ...

ପୁରୀ(ଓଡ଼ିଶା ରିପୋର୍ଟର):ପ୍ରତିବର୍ଷ ଜନସମୁଦ୍ର ପାଲଟୁଥିବା ବଡ଼ଦାଣ୍ଡ ଆଜି ଥିଲା ଭକ୍ତଶୂନ୍ୟ।  ଏଥର ରଥରେ ରଥଯାତ୍ରାକୁ ଘରେ ରହି ଟିଭିରେ ଦେଖିଥିଲେ ଶ୍ରଦ୍ଧାଳୁ।  ଏମିତିକି, ନିଇତି ସକାଳୁ ଜଗନ୍ନାଥ ଦର୍ଶନ କରି ଦିନ ଆରମ୍ଭ କରୁଥିବା ଶ୍ରୀକ୍ଷେତ୍ରବାସୀଙ୍କୁ ବି ଏଥର ବଡ଼ଦାଣ୍ଡକୁ ଆସିବାକୁ ଅନୁମତି ମିଳିନି।  କଡ଼ା ପୁଲିସ ପହରା ଭିତରେ, ସୀମିତ ସେବାୟତ ଓ ପୁଲିସ କର୍ମଚାରୀଙ୍କୁ ନେଇ ଟଣାଯାଇଥିଲା ତିନି ରଥ। ଖାଲି ପୁରୀ କାହିଁକି, ସାତ ଦରିଆ ପାରିରୁ ବି ପରା, ଭକ୍ତକୁ ଟାଣି […]

6nm

Tapas Behera
  • Published: Tuesday, 23 June 2020
  • , Updated: 23 June 2020, 08:55 PM IST

ପୁରୀ(ଓଡ଼ିଶା ରିପୋର୍ଟର):ପ୍ରତିବର୍ଷ ଜନସମୁଦ୍ର ପାଲଟୁଥିବା ବଡ଼ଦାଣ୍ଡ ଜି ଥିଲା ଭକ୍ତଶୂନ୍ୟ।  ଏଥର ରଥରେ ରଥଯାତ୍ରାକୁ ଘରେ ରହି ଟିଭିରେ ଦେଖିଥିଲେ ଶ୍ରଦ୍ଧାଳୁ।  ଏମିତିକି, ନିଇତି ସକାଳୁ ଜଗନ୍ନାଥ ଦର୍ଶନ କରି ଦିନ ଆରମ୍ଭ କରୁଥିବା ଶ୍ରୀକ୍ଷେତ୍ରବାସୀଙ୍କୁ ବି ଏଥର ବଡ଼ଦାଣ୍ଡକୁ ଆସିବାକୁ ଅନୁମତି ମିଳିନି।  କଡ଼ା ପୁଲିସ ପହରା ଭିତରେ, ସୀମିତ ସେବାୟତ ଓ ପୁଲିସ କର୍ମଚାରୀଙ୍କୁ ନେଇ ଟଣାଯାଇଥିଲା ତିନି ରଥ।

ଖାଲି ପୁରୀ କାହିଁକି, ସାତ ଦରିଆ ପାରିରୁ ବି ପରା, ଭକ୍ତକୁ ଟାଣି ଆଣେ କାଳିଆର ଡୋରି । ହେଲେ ଏସନ ତାହା ଭାଗ୍ୟରେ ନାହିଁ  । ସବୁ କାମ ଛାଡ଼ି, ପ୍ରତିବର୍ଷ ଦୂରଦୂରାନ୍ତରୁ କାଳିଆକୁ ରୁଣୁଝୁଣୁ ଗୀତ ଗାଇ ସେ ଶୁଣାଇବ ହିଁ ଶୁଣାଇବ। ତ୍ରେତୟାରେ ସମୁଦ୍ର ଲଂଘିଥିବା କପିବର ହନୁମାନ, ଏଥର କଟକଣା ମାନି ବ୍ୟାରିକେଡ୍ ବି ଡେଇଁନାହାନ୍ତି। ନୃତ୍ୟାଙ୍ଗନା ନିଜ ଘର ଛାତ ଉପରୁ ହିଁ ଅର୍ପଣ କରିଛନ୍ତି ନୃତ୍ୟସେବା।

ଆଜି ରଥ ଗଡ଼ିବା ବହୁ ପୂର୍ବରୁ ବଡ଼ଦାଣ୍ଡ ପାଲଟିଥିଲା ପୁଲିସ ଛାଉଣୀ।  ଗଳିଗଳିରେ ବ୍ୟାରିକେଡ୍। ନିୟମ ଖିଲାପକାରୀଙ୍କ ପ୍ରତି ଶକ୍ତ କାର୍ଯ୍ୟାନୁଷ୍ଠାନ। ସେପଟେ ପିପିଲି ଟୋଲଗେଟରେ ମାତ୍ର ଗୋଟିଏ ଲେନକୁ ଛାଡ଼ି ବାକି ସବୁକୁ ବନ୍ଦ ରଖାଯାଇଥିଲା । ତାଳବଣିଆ, ମାଳତୀପାଟପୁର ଆଦି ପ୍ରବେଶ ପଥ ବି ସିଲ୍ ହୋଇଥିଲା । ପୁରୀ ଜିଲ୍ଲାରେ ଆସନ୍ତାକାଲି ଦିନ ୨ଟା ଯାଏଁ ବଳବତ୍ତର ରହିବ ସଟ୍‌ଡାଉନ କଟକଣା ।

ଆଶା ଆଶଙ୍କା ଭିତରେ ନବଦିନାତ୍ମକ ଯାତ୍ରାର ଆଦ୍ୟପର୍ବ ସରିବା ପରେ ବେଶ୍ ଖୁସି ଭକ୍ତପ୍ରାଣ । ଖାଲି ଗୋଟିଏ ଗୁହାରି, ଏଥର ନହେଲା ନାହିଁ, ଆରଥରକୁ ବିନ୍ଦୁଟିଏ ହୋଇ ମିଶିବାର ସୁଯୋଗ ମିଳୁ।

Related story