ରଥଯାତ୍ରା ବେଳେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଉପରେ ଗୁରୁତ୍ୱ

ପୁରୀ: ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରା ବେଳେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ସ୍ପେଶାଲ ଟାକ୍‌ଟିକାଲ ୟୁନିଟ୍‌ ମୁତୟନ ସହ ୧୦ଜଣ ଏସ୍‌ପି, ୧୫ ଜଣ ଆଡସିନାଲ ଏସ୍‌ପି ଓ ୪୮ ଜଣ ଡିଏସ୍‌ପିଙ୍କ ସହ ୬୦୪ ଜଣ ସବ୍‌ ଇନ୍ସପେକ୍ଟର ମୁତୟନ କରାଯିବ ବୋଲି ନିଷ୍ପତ୍ତି […]

puri-ratha-jatra

Rakesh Mallick
  • Published: Tuesday, 03 May 2016
  • , Updated: 03 May 2016, 04:43 PM IST

ପୁରୀ: ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରା ବେଳେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ସ୍ପେଶାଲ ଟାକ୍‌ଟିକାଲ ୟୁନିଟ୍‌ ମୁତୟନ ସହ ୧୦ଜଣ ଏସ୍‌ପି, ୧୫ ଜଣ ଆଡସିନାଲ ଏସ୍‌ପି ଓ ୪୮ ଜଣ ଡିଏସ୍‌ପିଙ୍କ ସହ ୬୦୪ ଜଣ ସବ୍‌ ଇନ୍ସପେକ୍ଟର ମୁତୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ପାଇଁ ସିଆରପିଏଫ୍‌, ଗୋଟିଏ ୟୁନିଟ୍‌ ଏନ୍‌ଡିଆରଏଫ୍‌, ୨ ୟୁନିଟ୍‌ ଓଡ୍ରାଫ ସହ ୨ ୟୁନିଟ୍‌ ଏସ୍‌ଓଜି ନିୟୋଜିତ ହେବେ ବୋଲି ବୈଠକ ପରେ ଡିଜିପି ସୂଚନା ଦେଇଛନ୍ତି।

ପୁରୀ ଏସ୍‌ପି ଅଫିସରେ ଅନୁଷ୍ଠିତ ଏହି ବୈଠକରେ ଗୁଇନ୍ଦା ଡିଜି, କେନ୍ଦ୍ରାଞ୍ଚଳ ଆଇଜି, ଆଇଜି ଅପରେସନ ଓ ପୁରୀ ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ।

Related story