ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ପୁରୀ:  ପବିତ୍ର ବସନ୍ତ ପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ  ପରମ୍ପରା ରୀତିନୀତିରେ ଆଜି ରଥକାଠ ଅନୁକୂଳ ହୋଇଥିଲା । ନୟାଗଡ଼ ବନଖଣ୍ଡରେ ଦଶପଲ୍ଲା ଅଞ୍ଚଳରୁ ଆସିଥିବା ତିନିଖଣ୍ଡ ୧୨ ଫୁଟିଆ ଧଉରାକାଠକୁ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ହୋଇଥିଲା। ପ୍ରଥମେ ତିନିଖଣ୍ଡ ଧଉରାକାଠକୁ ପଞ୍ଚାମୃତ ଦ୍ୱାରା ସଂସ୍କାର କରାଯିବା ପରେ ଦୀପ, ଧୂପ, ସିନ୍ଦୁର ଓ ଶ୍ରୀଫଳ ଆଦି ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

puri

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 11:07 PM IST

ପୁରୀ:  ପବିତ୍ର ବସନ୍ତ ପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ  ପରମ୍ପରା ରୀତିନୀତିରେ ଆଜି ରଥକାଠ ଅନୁକୂଳ ହୋଇଥିଲା । ନୟାଗଡ଼ ବନଖଣ୍ଡରେ ଦଶପଲ୍ଲା ଅଞ୍ଚଳରୁ ଆସିଥିବା ତିନିଖଣ୍ଡ ୧୨ ଫୁଟିଆ ଧଉରାକାଠକୁ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ହୋଇଥିଲା।

ପ୍ରଥମେ ତିନିଖଣ୍ଡ ଧଉରାକାଠକୁ ପଞ୍ଚାମୃତ ଦ୍ୱାରା ସଂସ୍କାର କରାଯିବା ପରେ ଦୀପ, ଧୂପ, ସିନ୍ଦୁର ଓ ଶ୍ରୀଫଳ ଆଦି ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Related story