ବଢୁଛି ଘୋଷଯାତ୍ରା ସମ୍ଭାବନା

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ସ୍ନାନପୂର୍ଣ୍ଣମୀ ସରିବା ପରେ ଏବେ ବଢୁଛି ଘୋଷଯାତ୍ରା ସମ୍ଭାବନା। ଯଦି ରଥଯାତ୍ରା ହୁଏ ତାହାଲେ ଲକ୍ଷାଧିକ ଭକ୍ତଙ୍କ ସମାଗମ ରୋକିବାକୁ କି ପ୍ରକାର କଟକଣା କରିବେ ସରକାର, ସେବାୟତ କେମିତି ପାଳିବେ କୋଭିଡ୍ ନିୟମ ଓ ସ୍ନାନ ଯାତ୍ରାରୁ କି ଶିକ୍ଷାଲାକ୍ଷ କଲା ଶ୍ରୀମନ୍ଦିର ପ୍ରଶାସନ ?  ଏସବୁ ପ୍ରଶ୍ନ ଏବେ ଉଙ୍କିମାରୁ ଥିବା ବେଳେ ଏପଟେ ଠାକୁରଙ୍କ ୧୫ଦିନିଆ ଅଣସର ନୀତି ଆରମ୍ଭ ହୋଇଛି । ସ୍ନାନ ଯାତ୍ରାବେଳେ […]

6bn

Tapas Behera
  • Published: Saturday, 06 June 2020
  • , Updated: 06 June 2020, 09:06 PM IST

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ସ୍ନାନପୂର୍ଣ୍ଣମୀ ସରିବା ପରେ ଏବେ ବଢୁଛି ଘୋଷଯାତ୍ରା ସମ୍ଭାବନା। ଯଦି ରଥଯାତ୍ରା ହୁଏ ତାହାଲେ ଲକ୍ଷାଧିକ ଭକ୍ତଙ୍କ ସମାଗମ ରୋକିବାକୁ କି ପ୍ରକାର କଟକଣା କରିବେ ସରକାର, ସେବାୟତ କେମିତି ପାଳିବେ କୋଭିଡ୍ ନିୟମ ଓ ସ୍ନାନ ଯାତ୍ରାରୁ କି ଶିକ୍ଷାଲାକ୍ଷ କଲା ଶ୍ରୀମନ୍ଦିର ପ୍ରଶାସନ ?  ଏସବୁ ପ୍ରଶ୍ନ ଏବେ ଉଙ୍କିମାରୁ ଥିବା ବେଳେ ଏପଟେ ଠାକୁରଙ୍କ ୧୫ଦିନିଆ ଅଣସର ନୀତି ଆରମ୍ଭ ହୋଇଛି ।

ସ୍ନାନ ଯାତ୍ରାବେଳେ ୧୪୪ ଧାରା ଲାଗୁ କରି ବଡ଼ଦାଣ୍ଡରେ ଯେଉଁ ଭଳି ଭକ୍ତଙ୍କ ପ୍ରବେଶ ରୋକିବା ସମ୍ଭବ ହେଲା ରଥ ବେଳେ କିନ୍ତୁ ସେଭଳି ହୋଇ ପାରିବନି । ତେଣୁ ଖାଲି ପୁରୀ ସହର ନୁହେଁ ବରଂ ପୁରୀକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ଯଥେଷ୍ଟ ଦୂରରୁ ସିଲ୍ କରିବାକୁ ହେବ। ଏହାଛଡ଼ା ସ୍ନାନଯାତ୍ରା ଦିନ ପହଣ୍ଡି, ଜଳଲାଗି ଓ ବେଶ ଓଲାଗି ବେଳେ ଯେଉଁଭଳି ସେବାୟତଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ହୋଇନଥିବା ଦେଖିବାକୁ ମିଳିଥିଲା । ରଥଯାତ୍ରା ବେଳେ ଏହାକୁ କିଭଳି ବ୍ୟବସ୍ଥିତ କରାଯିବ ?

ଯେହେତୁ ସ୍ନାନ ଅପେକ୍ଷା ରଥଯାତ୍ରାରେ ଅଧିକ ନିଯୋଗର ସେବାୟତଙ୍କ ଭୂମିକା ରହିଛି ତେଣୁ ଏତେ ସଂଖ୍ୟାରେ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବ କି ? ତାସହ ଗତକାଲି ଅଧିକାଂଶ ସେବାୟତ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ତେଣୁ ପ୍ରଶ୍ନ ଯଦି ରଥଖଳାରେ ମହାରଣା ସେବାୟତ ମାସ୍କ ବ୍ୟବହାର କରୁଛନ୍ତି ତାହାଲେ ସ୍ନାନଯାତ୍ରା ବେଳେ କାହିଁକି ହେଲା ବ୍ୟତିକ୍ରମ ? ତେବେ ଏତେ ସବୁ ପ୍ରଶ୍ନ ଓ ଆଶଙ୍କା ଭିତରେ କିନ୍ତୁ ବଡ଼ଦାଣ୍ଡରେ ରଥ ଗଡ଼ିବା ନେଇ ସମସ୍ତେ ଆଶାବାଦୀ।

Related story