ବଡ଼ଦାଣ୍ଡରେ ୩ ରଥ, ରାତି ପାହିଲେ ବିଜେ ହେବେ ବିଶ୍ୱନିୟନ୍ତା

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଲୋକାରଣ୍ୟ ହୋଇଉଠିବ ବଡଦାଣ୍ଡ। ଶ୍ରୀମନ୍ଦିରଠୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତ ଗହଳିରେ ପରିପୂର୍ଣ୍ଣ ହେବ ପଥ ।  ଏହା ପୂର୍ବରୁ ଆଜି ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ହେଲେଣି ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ । ଏବେ ରଥଯାତ୍ରା ପାଇଁ ରଥ ସହ ପଥ ବି ପ୍ରସ୍ତୁତ । କେବଳ ଚତୁର୍ଦ୍ଧାମୂରତିଙ୍କ ବିଜେକୁ ଅପେକ୍ଷା ।  ରାତିପାହିଲେ ରଥଯାତ୍ରା ଥିବାରୁ ଧୀରେଧୀରେ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର ପୁରୀ […]

Chariot

Chariot

Niharika Rout
  • Published: Thursday, 30 June 2022
  • Updated: 30 June 2022, 04:12 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଲୋକାରଣ୍ୟ ହୋଇଉଠିବ ବଡଦାଣ୍ଡ। ଶ୍ରୀମନ୍ଦିରଠୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତ ଗହଳିରେ ପରିପୂର୍ଣ୍ଣ ହେବ ପଥ ।  ଏହା ପୂର୍ବରୁ ଆଜି ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ହେଲେଣି ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ । ଏବେ ରଥଯାତ୍ରା ପାଇଁ ରଥ ସହ ପଥ ବି ପ୍ରସ୍ତୁତ । କେବଳ ଚତୁର୍ଦ୍ଧାମୂରତିଙ୍କ ବିଜେକୁ ଅପେକ୍ଷା ।  ରାତିପାହିଲେ ରଥଯାତ୍ରା ଥିବାରୁ ଧୀରେଧୀରେ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର ପୁରୀ ।

ଆଜି ତିନିବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଏହାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା  । ଘଣ୍ଟଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ।  ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ ।  ପୁଲିସ ଓ ଶ୍ରଦ୍ଧାଳୁ ୩ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ଆଣିଲେ।

ଆସନ୍ତାକାଲି ରଥ ଯାତ୍ରା ଥିବା ବେଳେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା ।  ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ  ହୋଇ ଯାଇଥିବାରୁ ଭକ୍ତଙ୍କ ପାଇଁ ମାତ୍ର ୫ ଘଣ୍ଟାର ଦର୍ଶନ ବ୍ୟବସ୍ଥା କରାଯାଇଛି ।  ସନ୍ଧ୍ୟା ୫ଟାପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଆଜି ଏ ପର୍ଯ୍ୟନ୍ତ ସବୁ ନୀତିକାନ୍ତି ଶାନ୍ତିଶୃଙ୍ଖଳାର ସହ ସରିଛି । ଆସନ୍ତାକାଲି ସବୁ ସୁରଖୁରରେ ହେବ ବୋଲି ଆଶା ରଖିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଆଖି ଆଗରେ ରଖି ଉଭୟ ଜିଲ୍ଲା ଓ ପୁଲିସ ପ୍ରଶାସନ ଫୁଲଦମ୍‌ରେ ଲାଗିଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ଲାଗି ସମସ୍ତେ ପ୍ରସ୍ତୁତ ରହିଛନ୍ତି  । କେମିତି ହେବ ଶୃଙ୍ଖଳିତ ରଥଯାତ୍ରା ଏବଂ ସୁରକ୍ଷା ବ୍ୟବସ୍ଥା, ଏଥିପାଇଁ ପୁଲିସ ବ୍ୟବସ୍ଥା,  ଟ୍ରାଫିକ ବ୍ୟବସ୍ଥା ତଥା ଅଗ୍ନିଶମ ସେବାକୁ ବ୍ୟାପକ କରାଯାଇଛି ।  ତା’ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦେଖି ଜନସଚେତନତାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଥଣ୍ଡା, ଜ୍ୱର, କାଶ ହୋଇଥିବା ଲୋକଙ୍କୁ ଭିଡ଼କୁ ନ ଆସିବାରୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos