ରଥଯାତ୍ରା ବେଳେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ଆଗମୀ ରଥଯାତ୍ରାବେଳେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ପରେ ଏସ୍ଆରସି ସୂଚନା ଦେଇ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ନେଇ ସବୁ ବିଭାଗ ଯୋଜନା ପ୍ରସ୍ତୁତ କରିଛନ୍ତି । ବିଭାଗଗୁଡିକ ଦାଖଲ କରିଥିବା ରିପୋର୍ଟ ମୁତାବକ ବିପର୍ଯ୍ୟୟ ମୁକାବିଲା କରାଯିବ ବୋଲି ସେ କହିଛନ୍ତି । ଟ୍ରାଫିକ୍ ପରିଚାଳନା, ଭିଡ଼ ଓ ସମ୍ଭାବ୍ୟ ଦଳାଚକଟା ନିୟନ୍ତ୍ରଣକୁ ପ୍ରଥାମିକତା ଦିଆଯିବା ସହ ଅଗ୍ନି […]

naveen

Rakesh Mallick
  • Published: Wednesday, 24 June 2015
  • , Updated: 25 June 2015, 08:19 AM IST

ଭୁବନେଶ୍ୱର; ଆଗମୀ ରଥଯାତ୍ରାବେଳେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ପରେ ଏସ୍ଆରସି ସୂଚନା ଦେଇ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ନେଇ ସବୁ ବିଭାଗ ଯୋଜନା ପ୍ରସ୍ତୁତ କରିଛନ୍ତି । ବିଭାଗଗୁଡିକ ଦାଖଲ କରିଥିବା ରିପୋର୍ଟ ମୁତାବକ ବିପର୍ଯ୍ୟୟ ମୁକାବିଲା କରାଯିବ ବୋଲି ସେ କହିଛନ୍ତି । ଟ୍ରାଫିକ୍ ପରିଚାଳନା, ଭିଡ଼ ଓ ସମ୍ଭାବ୍ୟ ଦଳାଚକଟା ନିୟନ୍ତ୍ରଣକୁ ପ୍ରଥାମିକତା ଦିଆଯିବା ସହ ଅଗ୍ନି ନିରାପତ୍ତା, ବେଳାଭୂମିରେ ସୁରକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ଦିଆଯାଇଛି ।

Related story