ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଲାଗି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ

ପୁରୀ: ରଥଯାତ୍ରାରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ଲାଗି ଆସିବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକ ପ୍ରଦୀପ ଦାଶ, ସୂଚନା ଅଧିକାରୀ ସୁଦୀପ୍ତ ଚାଟାର୍ଜୀ ଗୋବର୍ନ୍ଧନ ମଠକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ବିଶେଷ କରି ଜଗତଗୁରୁ ଶଙ୍କ।ରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ୨ଜଣ ସାଧକ, ୨ଜଣ ସଚିବ ଓ ୨ଜଣ ଶିଷ୍ୟଙ୍କ ସହ ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି। ସେପଟେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିମନ୍ତ୍ରଣ ସ୍ୱୀକାର କରିଛନ୍ତି ବୋଲି […]

sankaracharjya

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 02:35 AM IST

ପୁରୀ: ରଥଯାତ୍ରାରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ଲାଗି ଆସିବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକ ପ୍ରଦୀପ ଦାଶ, ସୂଚନା ଅଧିକାରୀ ସୁଦୀପ୍ତ ଚାଟାର୍ଜୀ ଗୋବର୍ନ୍ଧନ ମଠକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ବିଶେଷ କରି ଜଗତଗୁରୁ ଶଙ୍କ।ରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ୨ଜଣ ସାଧକ, ୨ଜଣ ସଚିବ ଓ ୨ଜଣ ଶିଷ୍ୟଙ୍କ ସହ ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି। ସେପଟେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିମନ୍ତ୍ରଣ ସ୍ୱୀକାର କରିଛନ୍ତି ବୋଲି ଗୋବର୍ନ୍ଧନ ମଠର ମୁଖପାତ୍ର ସୂଚନା ଦେଇଛନ୍ତି। ଗତବର୍ଷ ବିବାଦୀୟ ପରିସ୍ଥିତି ଯୋଗୁଁ ଜଗତଗୁରୁ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରିବା ପାଇଁ ଯାଇ ନ ଥିଲେ। ଏହି ବିବାଦକୁ ତୁଟାଇବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଗତ ମେ ୨୬ରେ ନିଜେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ, ପରିଚାଳନା କମିଟି ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ତ୍ତୃପକ୍ଷ ଦେବସ୍ନାନ ପୂର୍ଣ୍ଣିମାକୁ ନିମନ୍ତ୍ରଣ କରିବା ପରେ ଜଗତଗୁରୁ ଦେବସ୍ନାନ ପୂର୍ଣ୍ଣିମାରେ ଦର୍ଶନ କରିବାକୁ ଆସିଥିଲେ।

Related story