ଏବେ ଶ୍ରେୟ ନେବାକୁ ପ୍ରତିଯୋଗିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ) ସୁପ୍ରିମକୋର୍ଟଙ୍କ କଟକଣା ମାନି ସଫଳ ଭକ୍ତଶୂନ୍ୟ ରଥଯାତ୍ରା ପରେ ଏବେ ଶ୍ରେୟ ନେବାକୁ ପ୍ରତିଯୋଗିତା । ବିଜେପି ପରୋକ୍ଷରେ ରାଜ୍ୟ  ସରକାରଙ୍କୁ ଷଡ଼ଯନ୍ତ୍ରକାରୀ କହି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ରଥ ଗଡିଲା ବୋଲି କହିଛି। ବିଜେଡି କିନ୍ତୁ ଏ ନେଇ  ଚୁପଥିବା ବେଳେ କଂଗ୍ରେସ କହିଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କେହି ରଥଯାତ୍ରା ଚାହୁଁନଥିଲେ। କାଳିଆ ଯୋଗୁ ହିଁ ରଥଯାତ୍ରା  ସୁରୁଖୁରରେ ହେଲା। ସୁପ୍ରିମକୋର୍ଟଙ୍କ ୧୧ […]

ratha-2

Tapas Behera
  • Published: Wednesday, 24 June 2020
  • , Updated: 24 June 2020, 07:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ) ସୁପ୍ରିମକୋର୍ଟଙ୍କ କଟକଣା ମାନି ସଫଳ ଭକ୍ତଶୂନ୍ୟ ରଥଯାତ୍ରା ପରେ ଏବେ ଶ୍ରେୟ ନେବାକୁ ପ୍ରତିଯୋଗିତା । ବିଜେପି ପରୋକ୍ଷରେ ରାଜ୍ୟ  ସରକାରଙ୍କୁ ଷଡ଼ଯନ୍ତ୍ରକାରୀ କହି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ରଥ ଗଡିଲା ବୋଲି କହିଛି। ବିଜେଡି କିନ୍ତୁ ଏ ନେଇ  ଚୁପଥିବା ବେଳେ କଂଗ୍ରେସ କହିଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କେହି ରଥଯାତ୍ରା ଚାହୁଁନଥିଲେ। କାଳିଆ ଯୋଗୁ ହିଁ ରଥଯାତ୍ରା  ସୁରୁଖୁରରେ ହେଲା।

ସୁପ୍ରିମକୋର୍ଟଙ୍କ ୧୧ ସର୍ତ୍ତ ମାନି ସୁରୁଖୁରରେ  ସମ୍ପାଦିତ ହେଲା ଏ ବର୍ଷର ଘୋଷଯାତ୍ରା । ତେବେ ଏ ସଫଳତାର ଶ୍ରେୟ ନେବାକୁ ଏବେ ଆରମ୍ଭ ହୋଇଛି ରାଜନୈତିକ ପ୍ରତିଯୋଗିତା ।  ରାଜ୍ୟ  ସରକାର ଚାହୁଁନଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଯୋଗୁଁ ବଡଦାଣ୍ଡରେ ରଥ ଗଡିଲା ବୋଲି କହିଛି ବିଜେପି । କେବଳ ଏତିକିନୁହେଁ  ରଥଯାତ୍ରା ନ କରିବାକୁ ଆବେଦନକାରୀଙ୍କ ସହ ମିଶି ପରୋକ୍ଷରେ ରାଜ୍ୟ ସରକାର ହିଁ ଷଡଯନ୍ତ୍ର କରିଥିଲେ ବୋଲି ଦଳ ଅଭିଯୋଗ ବି  ଆଣିଛି । ବିଜେଡି କିନ୍ତୁ ଏ ଅଭିଯୋଗ ଉପରେ ପୁରା ଚୁପ୍ । ତେବେ କଂଗ୍ରେସ କହିଛି ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର କେହି ଚାହିଁନଥିଲେ  ରଥଯାତ୍ରା ହେଉ।

ରଥ ନିର୍ମାଣ ପର୍ବଠାରୁ ଆରମ୍ଭ କରି ରଥ ଗଡିବା ଯାଏଁ ଯଦିଓ ରାଜ୍ୟ ସରକାର ପ୍ରସ୍ତୁତି କରିଥିଲେ।  ତେବେ ସରକାରଙ୍କ ଆଭିମୁଖ୍ୟକୁ  ନେଇ ଉଠିଥିଲା ଅନେକ ପ୍ରଶ୍ନ । ପ୍ରଥମରୁ ୧୨ ଦିନ ବିଳମ୍ବରେ ମେ ୭ ତାରିଖରେ କେନ୍ଦ୍ରର ଅନୁମତି ପରେ ରଥକାମ ଆରମ୍ଭ ହେଲା । ପରେ  ରଥଯାତ୍ରା ନ କରିବାକୁ ହାଇକୋର୍ଟରେ ମାମଲା ହେଲା । ତେବେ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ । ମାମଲା ସୁପ୍ରିମକୋର୍ଟ  ଗଲା । ଆଉ ରାଜ୍ୟ ସରକାର ଚୁପ୍ ବସି ରହିଲେ।  ରଥଯାତ୍ରା ବନ୍ଦ ପାଇଁ ରାୟ ଆସିଲା ୧୮ ତାରିଖରେ । ତେବେ ସୁପ୍ରିମକୋର୍ଟରେ ସରକାରଙ୍କ  ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଠିଆ ହେଲା। ରଥଯାତ୍ରାରେ ୧୦ ରୁ ୧୨ ଲକ୍ଷ ଲୋକ ହେବେ ବୋଲି ସରକାର କହିବା ପରେ ସୁପ୍ରିମକୋର୍ଟ  ରଥଯାତ୍ରା ଉପରେ କଟକଣା ଲଗାଇଥିଲେ । ସବୁ ରାଜନୈତିକ ଦଳ ବି କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କଲେ।  ତେବେ ଭକ୍ତଙ୍କ ଅସନ୍ତୋଷ,  ମୁଖ୍ୟମନ୍ତ୍ରୀଙ୍କୁ ଗଜପତିଙ୍କ ଅନୁରୋଧ ଓ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପରେ  ବଦଳିଥିଲା ମୋଡ। ସେବାୟତ କହିଛନ୍ତି  ଏଥର ବଡଦାଣ୍ଡରେ  ରଥଗଡିବାର  ଶ୍ରେୟ କେବଳ କାଳିଆ ଠାକୁରଙ୍କର।

Related story