ଆସନ୍ତାକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ରଥଯାତ୍ରା ଆୟୋଜନ ନେଇ ନେଇ ପୁନର୍ବିଚାର କରିବାକୁ ଆବେଦନରେ ଦର୍ଶାଯାଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି। ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି। VC ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ହେବ ଶୁଣାଣି। ରଥଯାତ୍ରା ପୁନର୍ବିଚାର ପାଇଁ ଏକାଧିକ ପିଟିସନ ଦାୟର ହୋଇଛି। ପୂର୍ବରୁ ରଥଯାତ୍ରାକୁ ନେଇ ହୋଇଥିବା ଆବେଦନ ଉପରେ ସବୋର୍ଚ୍ଚ କୋର୍ଟ ଶୁଣାଣି […]

SC RATHA YATRA

Tapas Behera
  • Published: Sunday, 21 June 2020
  • , Updated: 21 June 2020, 03:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ରଥଯାତ୍ରା ଆୟୋଜନ ନେଇ ନେଇ ପୁନର୍ବିଚାର କରିବାକୁ ଆବେଦନରେ ଦର୍ଶାଯାଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି। ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି। VC ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ହେବ ଶୁଣାଣି। ରଥଯାତ୍ରା ପୁନର୍ବିଚାର ପାଇଁ ଏକାଧିକ ପିଟିସନ ଦାୟର ହୋଇଛି।

ପୂର୍ବରୁ ରଥଯାତ୍ରାକୁ ନେଇ ହୋଇଥିବା ଆବେଦନ ଉପରେ ସବୋର୍ଚ୍ଚ କୋର୍ଟ ଶୁଣାଣି କରି ରଥଯାତ୍ରା ଉପରେ ରୋକ ଲାଗାଥିଲେ। କରୋନା ଭାଇରସକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରକଇବେକୁ କୋର୍ଟ କହିଥିଲେ। ସେପଟେ ରାଜ୍ୟସରକାରଙ୍କ ପକ୍ଷରୁ ରଖାଯାଥିବା ପକ୍ଷ ଦୁର୍ବଳ ତଥ୍ୟ ଦିଆଯିବା ଏବଂ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କିତ ପ୍ରକୃତ ତଥ୍ୟ ଦିଆଯାଇନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଅନ୍ୟପଟେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ୩ପୃଷ୍ଠାର ଚିଠି ଲେଖି ରଥଯାତ୍ରା କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି। ଏପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ପ୍ରେସ୍ ରିଲିଜ୍ ମାଧ୍ୟମରେ ପରମ୍ପରାଗତ ରଥଯାତ୍ରା ସମ୍ପନ୍ନ ନିମନ୍ତେ ଦୂରଦର୍ଶୀପୂର୍ଣ୍ଣ ନିଷ୍ପତ୍ତି ନେବାକୁ କହିଛନ୍ତି। ହେଲେ ଏନେଇ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Related story