ରଥଯାତ୍ରା ପାଇଁ ପୁରୀରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ପୁରୀ: ରଥଯାତ୍ରା ବେଳେ ପୁରୀରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ରଥ କର୍ଡନ, କୋଷ୍ଟାଲ ସିକ୍ୟୁରେଟି , ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ, ଇଣ୍ଟେଲିଜେନ୍ସି, ଭିଡ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ସହ ପୁରୀ ସହରରେ ୨୦୦ ସିସିଟିଭି କ୍ୟାମେରା ଲଗାଯାଇଛି। ପୋଲିସ ଡିଜି, ଆଇଜି, ସ୍ୱତନ୍ତ୍ର ଅଧିକାରୀ ନବକଳେବରଙ୍କ ସହ ୧୪ ଏସପି ପାହ୍ୟାର ଅଫିସର, ୩୫ଜଣ ଅତିରିକ୍ତ ଏସପି, ୮୦ ଜଣ ଡିଏସପି, ୧୦୯ […]

marik

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 12:57 PM IST

ପୁରୀ: ରଥଯାତ୍ରା ବେଳେ ପୁରୀରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ରଥ କର୍ଡନ, କୋଷ୍ଟାଲ ସିକ୍ୟୁରେଟି , ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ, ଇଣ୍ଟେଲିଜେନ୍ସି, ଭିଡ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ସହ ପୁରୀ ସହରରେ ୨୦୦ ସିସିଟିଭି କ୍ୟାମେରା ଲଗାଯାଇଛି। ପୋଲିସ ଡିଜି, ଆଇଜି, ସ୍ୱତନ୍ତ୍ର ଅଧିକାରୀ ନବକଳେବରଙ୍କ ସହ ୧୪ ଏସପି ପାହ୍ୟାର ଅଫିସର, ୩୫ଜଣ ଅତିରିକ୍ତ ଏସପି, ୮୦ ଜଣ ଡିଏସପି, ୧୦୯ ଜଣ ଇନସପେକ୍ଟର, ୬୪୧ ଏସ.ଆଇ ସହ ତିନି କମ୍ପାନୀ ରାପିଡ ଆକ୍ସନ ଫୋର୍ସଙ୍କୁ ସୁରକ୍ଷା ଦାୟିତ୍ୱରେ ନିଯୋଜିତ କରାଯିବ ବୋଲି ପୋଲିସ୍ ଡିଜି ସଂଜୀବ ମାରିକ କହିଛନ୍ତି। ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ମାଧ୍ୟମରେ ପୋଲିସ୍ ଅଧିକ ଭିଡ ଜମିଥିବା ସ୍ଥାନ ଚିହ୍ନଟ କରି ଏହାକୁ ନିୟନ୍ତ୍ରଣ କରିବ।

ଅନ୍ୟପକ୍ଷରେ ଶ୍ରୀମନ୍ଦିରରୁ ମାଉସୀମା ମନ୍ଦିରଯାଏ ଥିବା ମୁଖ୍ୟ ରାସ୍ତାର ଉଭୟ ପାଶ୍ୱରେ ଥିବା ଅସ୍ଥାୟୀ ଦୋକାନ ଉପରେ କଟକଣା ଲାଗାଯାଇଛି। ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ରଥଯାତ୍ରା ଶେଷ ହେବା ଯାଏଁ ଏହି ଦୋକାନୀ ମାନେ ମୁଖ୍ୟରାସ୍ତାରେ ଦୋକାନ କରିପାରିବେ ନାହିଁ।

Related story