ରଥଯାତ୍ରା ପରିଚାଳନା ପାଇଁ ବସିଲା ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ

ପୁରୀ: ଆଗାମୀ ରଥଯାତ୍ରାକୁ ସଫଳ କରିବା ପାଇଁ ଆଜି ବସିବାକୁ ଯାଉଛି ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ। ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବିକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲାଛି। ନବକଳେବର ସରିବା ପରେ ଆସନ୍ତା ରଥଯାତ୍ରା ହେବ ନୂତନ ଶ୍ରୀବିଗ୍ରହ ପ୍ରଥମ ଘୋଷଯାତ୍ରା। ଏଥିପାଇଁ ରଥଯାତ୍ରାରେ ପୂର୍ବାପେକ୍ଷା ଅଧିକ ଭିଡ଼ର ସମ୍ଭାବନା ରହିଛି। ତେଣୁ ରଥଯାତ୍ରାକୁ ସୁରୁଖୁରୁରେ ସଂପନ୍ନ କରିବା ଦିଗରେ କି ପଦକ୍ଷେପ ଗ୍ରହଣ କରାଯିବ ସେ […]

when_is_Jagannath-Rath-Yatra_in_2015

Rakesh Mallick
  • Published: Wednesday, 27 May 2015
  • , Updated: 27 May 2015, 06:12 AM IST

ପୁରୀ: ଆଗାମୀ ରଥଯାତ୍ରାକୁ ସଫଳ କରିବା ପାଇଁ ଆଜି ବସିବାକୁ ଯାଉଛି ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ। ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବିକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲାଛି। ନବକଳେବର ସରିବା ପରେ ଆସନ୍ତା ରଥଯାତ୍ରା ହେବ ନୂତନ ଶ୍ରୀବିଗ୍ରହ ପ୍ରଥମ ଘୋଷଯାତ୍ରା। ଏଥିପାଇଁ ରଥଯାତ୍ରାରେ ପୂର୍ବାପେକ୍ଷା ଅଧିକ ଭିଡ଼ର ସମ୍ଭାବନା ରହିଛି। ତେଣୁ ରଥଯାତ୍ରାକୁ ସୁରୁଖୁରୁରେ ସଂପନ୍ନ କରିବା ଦିଗରେ କି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ବୈଠକରେ ଆଲୋଚନା ହେବ। ଏଥିସହ ରଥକାଠ ଯୋଗାଣ, ରଥ ନିର୍ମାଣ, ରଥ ଦଉଡ଼ି, ରାସ୍ତାଘାଟ, ସ୍ୱାସ୍ଥ୍ୟ- ପରିମଳ, ଡ୍ରେନେଜ୍, ସ୍ୱରେଜ୍, ବିଦ୍ୟୁତ୍, ରେଳ ଚଳାଚଳ ଓ ଯୋଗାଣ ବିଭାଗର କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ନବଳେବର ଭିତ୍ତିଭୂମି ବିକାଶ କମିଟି ଅଧ୍ୟକ୍ଷ କନ୍ଦ୍ରାଞ୍ଚଳ ଆଇଜି,ଏସପି  ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Related story