ଖୋଲିବ ରତ୍ନ ଭଣ୍ଡାର, ୨୭ରେ ବୈଠକ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ଓ ଯାଞ୍ଚ ନିମନ୍ତେ ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଯେଉଁଥିରେ ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ନିମନ୍ତେ ଅଲୋଚନା କରାଯିବ। ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିବାକୁ ଏଠାରେ ନିଷ୍ପତ୍ତି ନେବ। ଏନେଇ ସୂଚନା ଦେଇଛନ୍ତି ପୁରୀରେ ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ୍.କେ ମହାନ୍ତି। ଶ୍ରୀମନ୍ଦିର ମରାମତି ଓ […]

ratna

  • Published: Saturday, 17 September 2022
  • , Updated: 17 September 2022, 06:44 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ଓ ଯାଞ୍ଚ ନିମନ୍ତେ ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଯେଉଁଥିରେ ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ନିମନ୍ତେ ଅଲୋଚନା କରାଯିବ। ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିବାକୁ ଏଠାରେ ନିଷ୍ପତ୍ତି ନେବ। ଏନେଇ ସୂଚନା ଦେଇଛନ୍ତି ପୁରୀରେ ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ୍.କେ ମହାନ୍ତି। ଶ୍ରୀମନ୍ଦିର ମରାମତି ଓ ସୁରକ୍ଷା ନେଇ ଆଜି ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।

ସେ ଗଣମାଧ୍ୟକୁ ଆହୁରି କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବା ନେଇ ବୈଠକ ହେବ ବୋଲି ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଜଣାଇଛନ୍ତି। ସରକାର ଯାହା ନିଷ୍ପତ୍ତି ନେବେ ତାହା କୋର୍ଟଙ୍କୁ ମଧ୍ୟ ଅବଗତ କରିବେ। ନିହାତି ପକ୍ଷେ ରତ୍ନଭଣ୍ଡାର ‌ଖୋଲିବା ପଦକ୍ଷେପର ୮ ଦିନ ପୂର୍ବରୁ ଏହି ପଦକ୍ଷେପ ନିଆଯିବ।

ଏହାଛଡ଼ା ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ବୈଠକରେ ଶ୍ରୀମନ୍ଦିର ବିଭିନ୍ନ ମରାମତି ସମ୍ପର୍କରେ ମଧ୍ୟ ଅଲୋଚନା ହୋଇଥିଲା। ବିଶେଷ ଭାବେ ଯଥାଶୀଘ୍ର ନାଟମଣ୍ଡପ ମରାମତି ହେବ ବୋଲି କୁହାଯାଇଛି। ମାର୍ଚ୍ଚ ସୁଦ୍ଧା କାମ ସରିବ ବୋଲି ଆମିକସକ୍ୟୁରି କହିଛନ୍ତି।

ବୈଠକ ପରେ ଶ୍ରୀମନ୍ଦିର କୋର କମିଟି ସଦସ୍ୟ ତଥା ଏକ୍ସ ପର୍ଟ କମିଟି ସଦସ୍ୟ ଏନ୍‌ସି ପାଲ୍ କହିଛନ୍ତି, ନାଟମଣ୍ଡପ ବିମ୍‌ରେ ଫାଟ ଓ ପଥ ଖସିଯିବା ନେଇ ଅଲୋଚନା ହୋଇଥିଲା। ଏହାଛଡ଼ା ଜଗମୋହନ ବାହାର ପାର୍ଶ୍ୱ ମରାମତି, ରୋଷଘର ମରାମତି, କୁରୁମ ବେଢ଼ା ମରାମତି ନେଇ ଅଲୋଚନା ହୋଇଥିଲା। ନାଟମଣ୍ଡପରେ ଫାଟ ସୃଷ୍ଟି ନେଇ ଖୁବ୍‌ଶୀଘ୍ର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ତେବେ ରତ୍ନଭଣ୍ଡାର ନେଇ କ’ଣ ନିଷ୍ପତ୍ତି ନିଆଯାଇଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଏନେଇ କୌଣସି ଅଲୋଚନା ହୋଇନି ବୋଲି ସେ କହିଥିଲେ।

[caption id="attachment_767089" align="aligncenter" width="650"] ଶ୍ରୀମନ୍ଦିର କାର୍ଯ୍ୟଳୟରେ ସମୀକ୍ଷା ବୈଠକ।[/caption]

ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ASI ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀମନ୍ଦିର ମରାମତି, ଅଗ୍ରଗତି ଓ ଆଗକୁ ନିଆଯିବାକୁ ଥିବା ସୁରକ୍ଷା ବ୍ୟବସ୍ଥା ପଦକ୍ଷେପ ସମ୍ପର୍କରେ ସୂଚନା ଉପସ୍ଥାପିତ କରିଥିଲେ।

Related story