ରାଉରକେଲା ଅନର୍ କିଲିଂ: ମୃତ ଅମୃତାଙ୍କ ଦୁଇ ଭାଇ ଓ ଭିଣୋଇ ଗିରଫ

ରାଉରକେଲା: ରାଉରକେଲା ଅନର୍ କିଲିଂ ଅଭିଯୋଗ ଘଟଣାରେ ମୃତ ଅମୃତା ସିଂଙ୍କ ଦୁଇ ଭାଇ ଓ ଭିଣୋଇଙ୍କୁ ଗିରଫ କରାଯାଇଛି।  ପରିବାର ବିରୋଧରେ ଯାଇ ଅମୃତା ଅନ୍ୟ ସଂପ୍ରଦାୟରେ ବିବାହ କରିଥିବାରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହ ପୋଡ଼ି ଦିଆଯାଇଥିବା ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଅମୃତାଙ୍କର ଗିରଫ ଦୁଇ ଭାଇ ହେଉଛନ୍ତି ରଞ୍ଜନ ସିଂ ଓ ସନ୍ଦୀପ ସିଂ। ତାଙ୍କ ଭିଣୋଇଙ୍କ ନାମ ଅରବିନ୍ଦ ସିଂ। ମୃତ […]

raurkela

raurkela

Rakesh Mallick
  • Published: Monday, 15 May 2017
  • Updated: 15 May 2017, 01:41 PM IST

Sports

Latest News

ରାଉରକେଲା: ରାଉରକେଲା ଅନର୍ କିଲିଂ ଅଭିଯୋଗ ଘଟଣାରେ ମୃତ ଅମୃତା ସିଂଙ୍କ ଦୁଇ ଭାଇ ଓ ଭିଣୋଇଙ୍କୁ ଗିରଫ କରାଯାଇଛି।  ପରିବାର ବିରୋଧରେ ଯାଇ ଅମୃତା ଅନ୍ୟ ସଂପ୍ରଦାୟରେ ବିବାହ କରିଥିବାରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହ ପୋଡ଼ି ଦିଆଯାଇଥିବା ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ଅମୃତାଙ୍କର ଗିରଫ ଦୁଇ ଭାଇ ହେଉଛନ୍ତି ରଞ୍ଜନ ସିଂ ଓ ସନ୍ଦୀପ ସିଂ। ତାଙ୍କ ଭିଣୋଇଙ୍କ ନାମ ଅରବିନ୍ଦ ସିଂ।

ମୃତ ଅମୃତାଙ୍କ ଘର ପାର୍କ ହୋଟେଲ୍ ଗଳି ଅଞ୍ଚଳରେ। ଗତବର୍ଷ ସେ ନସୀମ ନାମକ ଜଣେ ଅନ୍ୟ ସଂପ୍ରଦାୟର ଯୁବକଙ୍କୁ ବିବାହ କରିଥିଲେ। ସେବେଠାରୁ ସେ ନସୀମଙ୍କ ପାଖରେ ରହୁଥିଲେ। କିଛିଦିନ ତଳେ ଏକ ପାରିବାରିକ ଉତ୍ସବରେ ଯୋଗଦେବାକୁ ଅମୃତା ତାଙ୍କ ବାପଘରକୁ ଆସିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ନସୀମଙ୍କୁ ନଜଣାଇ ଅମୃତାଙ୍କ ବାପଘର ଲୋକେ ତାଙ୍କ ମୃତଦେହକୁ ପୋଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos