ରାଉରକେଲାରେ ମାଓ କାର୍ଯ୍ୟକଳାପର ସମୀକ୍ଷା କଲେ ଡିଜିପି

ରାଉରକେଲା: ପୋଲିସ୍‌ ଡିଜି କେବି ସିଂହ ଆଜି ଦିନିକିଆ ରାଉରକେଲା ଗସ୍ତ କରି ମାଓ ଗତିବିଧି ଓ କାର୍ଯ୍ୟକଳାପ ସହ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ କୁମାର ରାୟ, ପଶ୍ଚିମାଞ୍ଚଳ ଆଇଜି ରାଧାକୃଷ୍ଣ ଶର୍ମା ଏବଂ ରାଉରକେଲା ଏସପିଙ୍କ ସହ ପୋଲିସ୍‌ ଡିଜି ଆଲୋଚନା କରିଥିଲେ। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସେ ଯାଇ ପ୍ରଥମେ ରାଉରକେଲା ବିମାନବନ୍ଦରରେ ଓହ୍ଲାଇଥିଲେ। ପରେ ରାଉରକେଲା ପୋଲିସ୍‌ ମୁଖ୍ୟାଳୟ ଏବଂ ରିଜର୍ଭ ପୋଲିସ୍‌ ଲାଇନ ପରିଦର୍ଶନ କରିଥିଲେ।

dg

Rakesh Mallick
  • Published: Sunday, 09 October 2016
  • , Updated: 09 October 2016, 06:21 PM IST

Related story