ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିଶ୍ୱକପ୍ କ୍ରିକେଟ୍ ବେଟିଂ ଘଟଣାରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୁଲିସ୍ ଆଉ ଜଣଙ୍କୁ ଗିରଫ କରିଛି। ଏହା ସହିତ ଗିରଫଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି।
ଗ୍ୟାଙ୍ଗର ଏହି ତୃତୀୟ ସଦସ୍ୟଙ୍କୁ ଦରଘାଇ ମୋହଲାରୁ ପୁଲିସ୍ ଗିରଫ କରିଛି। ଗତକାଲି ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିଲା।
ଏହାସହ ମାମଲାରେ ସଂପୃକ୍ତ ଥିବା ବ୍ୟବସାୟୀ ନାଗରମଲ ଅଗ୍ରୱାଲଙ୍କ ଘରେ ପୁଲିସ୍ ଚଢ଼ଉ କରିଛି। ତାଙ୍କ ପାସପୋର୍ଟ ସହ ତିନି ହଜାର ଡଲାର ଜବତ କରାଯାଇଛି। ତେବେ ନାଗରମଲ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ରାଉରକେଲା ଡେଲିମାର୍କେଟ ସ୍ଥିତ ଜନତା ନିବାସ ଲେନ୍ରେ ପୁଲିସ୍ ଚଢ଼ଉ କରି ଦୁଇ ଜଣକୁ ଗିରଫ କରିଥିଲା। ସେମାନଙ୍କଠାରୁ ପୁଲିସ୍ ୩୧ ଲକ୍ଷ ଟଙ୍କା ଓ ୫ଟି ମୋବାଇଲ୍ ଫୋନ୍ ଜବତ କରିଥିଲା। ଏହି ଗ୍ୟାଙ୍ଗର ଚେର ଛତିଶଗଡ଼କୁ ଲମ୍ବିଛି ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।