ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳି ପାରିବେନି ରବୀନ୍ଦ୍ର ଜାଡ଼େଜା !

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଓ ଭାରତୀୟ କ୍ରିକେଟ୍‌ ଫ୍ୟାନ୍‌ଙ୍କ ପାଇଁ ଆଉ ଏକ ଖରାପ ଖବର। ଆଣ୍ଠୁରେ ଆଘାତ ଲାଗିଥିବା ଯୋଗୁ ଚଳିତ ଏସିଆ କପ୍‌ରୁ ଦୁଇଟି ମ୍ୟାଚ୍‌ ପରେ ଦଳରୁ ସଂପୂର୍ଣ୍ଣ ବାଦ୍ ପଡ଼ିଥିବା ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବି ନଖେଳି ପାରନ୍ତି। କାରଣ ତାଙ୍କ ଆଣ୍ଠୁରେ ବଡ଼ ଧରଣର ଅପରେସନ କରାଯିବ। ଆଉ ଏହା ପରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଡ଼ିଆକୁ […]

Jadeja

  • Published: Saturday, 03 September 2022
  • , Updated: 03 September 2022, 09:11 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଓ ଭାରତୀୟ କ୍ରିକେଟ୍‌ ଫ୍ୟାନ୍‌ଙ୍କ ପାଇଁ ଆଉ ଏକ ଖରାପ ଖବର। ଆଣ୍ଠୁରେ ଆଘାତ ଲାଗିଥିବା ଯୋଗୁ ଚଳିତ ଏସିଆ କପ୍‌ରୁ ଦୁଇଟି ମ୍ୟାଚ୍‌ ପରେ ଦଳରୁ ସଂପୂର୍ଣ୍ଣ ବାଦ୍ ପଡ଼ିଥିବା ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବି ନଖେଳି ପାରନ୍ତି। କାରଣ ତାଙ୍କ ଆଣ୍ଠୁରେ ବଡ଼ ଧରଣର ଅପରେସନ କରାଯିବ। ଆଉ ଏହା ପରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଡ଼ିଆକୁ ଓହ୍ଲାଇ ନପାରନ୍ତି।

ଜାଡ଼େଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି। ବିସିସିଆଇର ମେଡିକାଲ ଟିମ୍ ତାଙ୍କର ଚିକିତ୍ସା କରୁଥିବା ବେଳେ ଆଗକୁ ଅପରେସନ୍ କରାଯିବ।

ନ୍ୟୁଜ୍ ଏଜେନ୍ସୀ ପିଟିଆଇକୁ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ଜାଡ଼େଜାଙ୍କ ଆଣ୍ଠୁରେ ଖୁବ୍ ଗଭୀର ଆଘାତ ଲାଗିଛି। ସେଥିପାଇଁ ତାଙ୍କ ଆଣ୍ଠୁରେ ବଡ଼ ଧରଣର ଅପରେସନ୍ କରାଯାଇପାରେ। ଅପରେସନ୍ ହେଲେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖେଳି ନପାରନ୍ତି। ମେଡିକାଲ୍‌ ଟିମ୍‌ର ଆକଳନ ଅନୁସାରେ ଗଲେ ସେ କେବେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ କିଛି କହି ହେବ ନାହିଁ।

ଜାଡ଼େଜାଙ୍କ ଆଣ୍ଠୁରେ ଆଘାତ ଲାଗିବା ପରେ ତାଙ୍କୁ ଏସିଆ କପ୍ ଦଳରୁ ବାଦ୍ ଦିଆଯାଇଥିବା ନେଇ ଗତକାଲି ବିସିସିଆଇ ଜଣାଇଥିଲା। ତାଙ୍କ ସ୍ଥାନରେ ଚୟନକର୍ତ୍ତାମାନେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରିଛନ୍ତି।

Related story