ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁର ତଦନ୍ତ କରିବ ସିବି-ସିଆଇଡି

ରାୟଗଡା(ମାଉଡ଼ି ବାରିକ): ରାୟଗଡାରେ ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭ ଓ ତାଙ୍କ ସହ ଆସିଥିବା ଭ୍ଲାଦିମିରଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ(ସିବି-ସିଆଇଡି)। ସିଆଇଡିକୁ ସ୍ଥାନୀୟ ପୁଲିସ ସହଯୋଗ କରିବ। ଆଜି ଏହା କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। କେଉଁ ସ୍ଥିତିରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ହେଲା ସେ ନେଇ ତଦନ୍ତ କରାଯିବ। ଏପଟେ ପର୍ଯ୍ୟଟକଙ୍କ ଯେଉଁ ହୋଟେଲ୍‌ରେ ମୃତ୍ୟୁ ହୋଇଥିଲା ସେଠାରେ ପହଞ୍ଚି ଛାନ୍‌ଭିନ୍ କରିଛନ୍ତି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ। ତାଙ୍କ ସହ ରାୟଗଡ଼ା […]

Untitled-1

  • Published: Tuesday, 27 December 2022
  • , Updated: 27 December 2022, 03:53 PM IST

ରାୟଗଡା(ମାଉଡ଼ି ବାରିକ): ରାୟଗଡାରେ ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭ ଓ ତାଙ୍କ ସହ ଆସିଥିବା ଭ୍ଲାଦିମିରଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ(ସିବି-ସିଆଇଡି)। ସିଆଇଡିକୁ ସ୍ଥାନୀୟ ପୁଲିସ ସହଯୋଗ କରିବ। ଆଜି ଏହା କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। କେଉଁ ସ୍ଥିତିରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ହେଲା ସେ ନେଇ ତଦନ୍ତ କରାଯିବ। ଏପଟେ ପର୍ଯ୍ୟଟକଙ୍କ ଯେଉଁ ହୋଟେଲ୍‌ରେ ମୃତ୍ୟୁ ହୋଇଥିଲା ସେଠାରେ ପହଞ୍ଚି ଛାନ୍‌ଭିନ୍ କରିଛନ୍ତି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ। ତାଙ୍କ ସହ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା।

ଡିଜି ସୁନୀଲ ବଂଶଲ କହିଛନ୍ତି, ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପୂରା ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଭରି ହୋଇ ରହିଛନ୍ତି। ରାୟଗଡ଼ାକୁ ବୁଲିବା ନିମନ୍ତେ ଆସିଥିବା ୪ ରୁଷୀୟ ପର୍ଯ୍ୟଟକଙ୍କ ଭିତରୁ ଜଣଙ୍କ ମୃତ୍ୟୁ ହୃଦ୍‌ଘାତରୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ପୂରା ରିପୋର୍ଟ ମିଳିବା ପରେ ପ୍ରକୃତ କଥା ଜଣାପଡ଼ିବ। ଗୋଟିଏ ହୋଟେଲରେ ରହିବା ପରେ ୨୨ ତାରିଖରେ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଦୁଇଦିନ ପରେ ଅର୍ଥାତ୍ ଗତ ୨୪ ତାରିଖରେ ତାଙ୍କ ସାଙ୍ଗରେ ଥିବା ଅନ୍ୟଜଣଙ୍କ ମୃତ୍ୟୁ ହୋଇଥିଲା। ପାଭେଲ ଆତ୍ମହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ଏହି ଦୁଇଟି ଘଟଣାକୁ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ କରାଯିବା ପରେ କୋଲକାତା ସ୍ଥିତ ରୁଷ ଦୂତାବାସର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି। ରୁଷ ଅଫିସିଆଲଙ୍କୁ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସମେତ ପାସ୍‌ପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ହସ୍ତାନ୍ତର କରାଯାଉଛି। ତେବେ ହଠାତ୍‌ ଦୁଇଟି ମୃତ୍ୟୁ ଘଟଣା କାହିଁକି ଘଟିଲା ଓ ଏହା ପଛର ରହସ୍ୟ କ’ଣ ରହିଛି ସେ ନେଇ ଜଣାପଡ଼ିନି। ମାମଲାର ତଦନ୍ତରେ ହୋଟେଲରେ ଥିବା ଅନ୍ୟ ଦୁଇ ରୁଷ ପର୍ଯ୍ୟଟକଙ୍କ ସହଯୋଗ ମଧ୍ୟ ନିଆଯାଉଛି। ଘଟଣାର ତଦନ୍ତ ସିଆଇଡି କରିବାକୁ କୁହାଯାଇଛି।

ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ କହିଛନ୍ତି, ପୁଲିସ ପକ୍ଷରୁ ସାଇଣ୍ଟିଫିକ୍ ତଦନ୍ତ ଚାଲୁ ରହିଛି। ଖୁବ୍‌ଶୀଘ୍ର ତଦନ୍ତ ରିପୋର୍ଟ ସମସ୍ତଙ୍କ ଆଗକୁ ଆସିବ। ମୃତଦେହ ମିଳିବା ପରେ ଏହାର ଭିଡିଓ ରେକଡିଂ କରାଯିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଆଜି ସେ ହୋଟେଲର ବିଭିନ୍ନ ରୁମ୍‌କୁ ଯାଇ ଘଟଣାର ପାରିପାର୍ଶ୍ୱିକ ସ୍ଥିତିକୁ ଯାଞ୍ଚ କରିଥିଲେ। ଏଠାରୁ ମିଳିଥିବା ତଥ୍ୟକୁ ସେ ଏସ୍‌ପିଙ୍କୁ ଦେଇଛନ୍ତି।

ସୂଚନା ଥାଉକି, ରାୟଗଡ଼ାରେ ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ମୃତ୍ୟୁ ହୋଇଛି। ମୃତ ପାଭେଲ ଆନ୍ତୋଭ ରୁଷର ସାଂସଦ ତଥା ଜଣେ କୋଟିପତି ବ୍ୟବସାୟୀ ଥିଲେ ବୋଲି ଜଣାଯାଇଛି। ରୁଷ ଯୁକ୍ରେନ ଯୁଦ୍ଧ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ଥିଲେ ପାଭେଲ। ପାଭେଲଙ୍କ ମୃତ୍ୟୁ ନେଇ ଦୂତାତବାସଠୁ ଖବର ପାଇବା ପରେ ଶୋକବ୍ୟକ୍ତ କରିଛନ୍ତି ରୁଷ ସଂସଦର ଉପ ବାଚସ୍ପତି। ନିଜ ଜନ୍ମଦିନ ପାଳନ ପାଇଁ ନିଜ ସାଙ୍ଗ ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭଙ୍କ ସହ ଓଡ଼ିଶା ଆସିଥିଲେ ପାଭେଲ।

ସେମାନେ ଟୁରିଷ୍ଟ ଭିସାରେ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ପହଞ୍ଚି ଭାୟା ଭୁବନେଶ୍ୱର ହୋଇ ଡିସେମ୍ବର ୨୧ ତାରିଖରେ ପହଞ୍ଚିଥିଲେ ରାୟଗଡ଼ାରେ। ଦାରିଙ୍ଗବାଡ଼ି ବୁଲିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ। ଏଥିପାଇଁ ହୋଟେଲର ଗୋଟିଏ ରୁମରେ ରହିଥିଲେ ଦମ୍ପତି ପାନ ସେଙ୍କୋ ଓ ଟୁର୍ଭୋ। ଆଉ ଏକ  ରୁମରେ ରହିଥିଲେ ଭ୍ଲାଦିମିର ଓ ପାଭେଲ। କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର୍। ଏହାର ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖରେ ହୋଟେଲ୍ ତଳୁ ପାଭେଲଙ୍କ ମୃତଦେହ ମିଳିଥିଲା।

Related story