ରାୟଗଡା : ଅମ୍ବାଦଳା ଗାଁ ନିକଟରୁ ମିଳିଲା ୩ ଝୁଲନ୍ତା ମୃତଦେହ

ରାୟଗଡା: ରାୟଗଡା ଜିଲ୍ଲା ଅମ୍ବାଦଳା ଗ୍ରାମ ଉପକଣ୍ଠରୁ ଝୁଲନ୍ତା ଅବସ୍ଥାରେ ମିଳିଛି ୩ଟି ମୃତଦେହ। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଯୁବକ ଓ ଜଣେ ଯୁବତୀ।ଯୁବକ ଦ୍ୱୟ ହେଲେ ଜଗା ପାତ୍ର ଓ ଆଲୋକ କୁମାର। ମୃତ ଯୁବତୀଙ୍କ ନାମ ରାଧିକା। ଏମାନେ ସମସ୍ତେ ଅମ୍ବାଦଳା ଗାଁର ବୋଲି ପୋଲିସ କହିଛି। ତେବେ ଏମାନଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ଆଜି ଅପରାହ୍ଣରେ ଏମାନଙ୍କ ଝୁଲନ୍ତା ମୃତଦେହକୁ ଲୋକେ ଠାବ କରିଥିଲେ ଓ ପୋଲିସକୁ ଖବର ଦେଇଥିଲେ। […]

ambadala 3 triple death

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 01:52 PM IST

ରାୟଗଡା: ରାୟଗଡା ଜିଲ୍ଲା ଅମ୍ବାଦଳା ଗ୍ରାମ ଉପକଣ୍ଠରୁ ଝୁଲନ୍ତା ଅବସ୍ଥାରେ ମିଳିଛି ୩ଟି ମୃତଦେହ। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଯୁବକ ଓ ଜଣେ ଯୁବତୀ।ଯୁବକ ଦ୍ୱୟ ହେଲେ ଜଗା ପାତ୍ର ଓ ଆଲୋକ କୁମାର। ମୃତ ଯୁବତୀଙ୍କ ନାମ ରାଧିକା। ଏମାନେ ସମସ୍ତେ ଅମ୍ବାଦଳା ଗାଁର ବୋଲି ପୋଲିସ କହିଛି। ତେବେ ଏମାନଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ।

ଆଜି ଅପରାହ୍ଣରେ ଏମାନଙ୍କ ଝୁଲନ୍ତା ମୃତଦେହକୁ ଲୋକେ ଠାବ କରିଥିଲେ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ଶବ ଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Related story