ରାୟଗଡ଼ା (ମନୋଜ ପାତ୍ର): ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଗିରଫ ଅଭିଯୁକ୍ତ ପୁଲିସ୍ ଆଖିରେ ଧୂଳି ଦେଇ ଥାନାରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ହେଲେ ବିଚ୍ ରାସ୍ତା ଉପରେ ତା’ ଉପରେ ଟ୍ରକ୍ ମାଡ଼ିଗଲା। ଫଳରେ ଘଟଣା ସ୍ଥଳରେ ଅଭିଯୁକ୍ତର ଜୀବନ ଚାଲିଗଲା। ଆଜି ଏମିତି ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି।
ଟିକିରି ଥାନା ପଣସପଦର ଗାଁର ସନ୍ତୋଷ ସାହୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲା। ଆଜି ତାକୁ ରାୟଗଡ଼ା କୋର୍ଟ ଚାଲାଣ ପାଇଁ ଅଣାଯାଇଥିଲା। ସକାଳେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା ପରେ ରାୟଗଡ଼ା ଥାନାକୁ ନିଆଯାଥିଲା। ସେଠାରୁ ତାକୁ କୋର୍ଟ ଚାଲାଣ ସମୟରେ ଥାନାରୁ ସମ୍ପଟ ମାରିଥିଲା। ରାସ୍ତାରେ ଦୌଡ଼ୁଥିବା ବେଳେ ସମ୍ମୁଖରୁ ଆସିଥିବା ଏକ ତା’ ଉପରେ ଚଢ଼ି ଯାଇଥିଲା। ପୁଲିସ ତାକୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତାର ତାକୁ ମୃତ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।
Miscellaneous
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍; ଏଣିକି ମଣ୍ଡି ଜଗୁଛି ସିସିଟିଭି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ।
Accident
ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୩ ଆହତ
ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
Accident
ଟ୍ରାକ୍ରେ ଦୌଡ଼ୁଥିଲା ଟ୍ରେନ୍, ତଳେ ଲାଗିଲା ନିଆଁ
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।