ଆଜି ହେବ ରାୟଗଡ଼ା ଆମ୍ୱଦଳାରୁ ଉଦ୍ଧାର ୩ଟି ମୃତଦେହର ବ୍ୟବଚ୍ଛେଦ, ମୃତ୍ୟୁର କାରଣ ଅସ୍ପଷ୍ଟ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆମ୍ୱଦଳାରେ ଗଛରେ ଝୁଲନ୍ତା ଅବସ୍ଥାରେ ୩ଟି ମୃତଦେହ ଉଦ୍ଧାର ୩ଟି ଶବର ବ୍ୟବଚ୍ଛେଦ ଆଜି କରାଯିବ।ଘଟଣାର କାରଣ ଏବେବି ଅସ୍ପଷ୍ଟ ରହିଛି। ଆଜି ସେମାନଙ୍କ ପରିବାରବର୍ଗ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହ ବାହାର କରାଯିବ ବୋଲି ସୂଚନା ମିଳିଛି।ଏହାପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରେ ବୋଲି ପୋଲିସ୍ ଆଶା ରଖିଛି। ଗତକାଲି ଗାଁ ଉପକଣ୍ଠ ଏକ ନିର୍ଜନ ସ୍ଥାନରେ ଥିବା ଏକ ଗଛରେ ୨ ଯୁବକ ଓ ଜଣେ ଯୁବତୀଙ୍କ […]

ambadala 3 triple death

Rakesh Mallick
  • Published: Friday, 09 October 2015
  • , Updated: 09 October 2015, 03:02 AM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆମ୍ୱଦଳାରେ ଗଛରେ ଝୁଲନ୍ତା ଅବସ୍ଥାରେ ୩ଟି ମୃତଦେହ ଉଦ୍ଧାର ୩ଟି ଶବର ବ୍ୟବଚ୍ଛେଦ ଆଜି କରାଯିବ।ଘଟଣାର କାରଣ ଏବେବି ଅସ୍ପଷ୍ଟ ରହିଛି। ଆଜି ସେମାନଙ୍କ ପରିବାରବର୍ଗ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହ ବାହାର କରାଯିବ ବୋଲି ସୂଚନା ମିଳିଛି।ଏହାପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରେ ବୋଲି ପୋଲିସ୍ ଆଶା ରଖିଛି। ଗତକାଲି ଗାଁ ଉପକଣ୍ଠ ଏକ ନିର୍ଜନ ସ୍ଥାନରେ ଥିବା ଏକ ଗଛରେ ୨ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସରେ ଖବର ଦେଇଥିଲେ। ମୃତ ଯୁବତୀଙ୍କ ନାଁ ରାଧିକା ମୁଙ୍ଗେର ଏବଂ ମୃତ ଯୁବକ ଦ୍ୱୟଙ୍କ ନା ଜଗା ପାତ୍ର ଓ ଆଲୋକ କୁମାର ବୋଲି ଜଣା ପଡ଼ିଛି। ସମସ୍ତେ ଆମ୍ୱଦଳା ଗାଁର। ତେବେ କେଉଁ ପରିସ୍ଥିତିରେ ଏ ତିନିଜଣଙ୍କର ମୃତ୍ୟୁ ହେଲା, ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story