ମହାବଳ ବାଘ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ

ବଲାଙ୍ଗିର: ବଲାଙ୍ଗିର-ନୂଆପଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ମହାବଳ ବାଘ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ବଲାଙ୍ଗିର ଡିଏଫ୍‌ଓଙ୍କ ସହ ଲାଠୋର ଓ ଖପ୍ରାଖୋଲ ପ୍ରାଣୀ ଚିକିତ୍ସା ଅଧିକାରୀ ମୃତଦେହକୁ ଯାଞ୍ଚ କରିଥିଲେ। ପରେ ଉକ୍ତ ଟିମ୍‌ ବାଘ ମୃତଦେହ ଉଦ୍ଧାର ହୋଇଥିବା ଜଙ୍ଗଲକୁ ଯାଇଥିଲେ। ବାଘର ପାଟିରୁ ରକ୍ତ ଝରୁଥିବାରୁ ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ବନ ବଭାଗ ଅନୁମାନ କରୁଛି। ବନ୍ୟପ୍ରାଣୀ ପିସିସିଏଫ୍‌ କହିଛନ୍ତି,“ପୂର୍ବରୁ ଏହି ଅଞ୍ଚଳରେ ଗୋଟିଏ ବାଘର […]

tiger

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 06:27 PM IST

ବଲାଙ୍ଗିର: ବଲାଙ୍ଗିର-ନୂଆପଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ମହାବଳ ବାଘ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ବଲାଙ୍ଗିର ଡିଏଫ୍‌ଓଙ୍କ ସହ ଲାଠୋର ଓ ଖପ୍ରାଖୋଲ ପ୍ରାଣୀ ଚିକିତ୍ସା ଅଧିକାରୀ ମୃତଦେହକୁ ଯାଞ୍ଚ କରିଥିଲେ। ପରେ ଉକ୍ତ ଟିମ୍‌ ବାଘ ମୃତଦେହ ଉଦ୍ଧାର ହୋଇଥିବା ଜଙ୍ଗଲକୁ ଯାଇଥିଲେ। ବାଘର ପାଟିରୁ ରକ୍ତ ଝରୁଥିବାରୁ ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ବନ ବଭାଗ ଅନୁମାନ କରୁଛି।

ବନ୍ୟପ୍ରାଣୀ ପିସିସିଏଫ୍‌ କହିଛନ୍ତି,“ପୂର୍ବରୁ ଏହି ଅଞ୍ଚଳରେ ଗୋଟିଏ ବାଘର ପାଦଚିହ୍ନ ମିଳିଥିଲା। କିନ୍ତୁ ସ୍ପଷ୍ଟ ନଥିବାରୁ ତାହାକୁ ଗଣନାକୁ ନିଆଯାଇନଥିଲା। ବର୍ତ୍ତମାନ ଏହି ବାଘର ମୃତଦେହ ନିୟମ ଅନୁଯାୟୀ ବ୍ୟବଚ୍ଛେଦ କରାଯିବ। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Related story