ଆର୍‌ଡି କଲେଜ ଛାତ୍ରୀଙ୍କୁ ବଦନାମ କରିବା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁଜିତ ସାହୁ ଗିରଫ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ସୋସିଆଲ ମିଡିଆରେ ବଦନାମ କରିବା ଘଟଣାରେ ଆରୋହୀ କ୍ରିଏସନ୍‌ର ମାଲିକ ସୁଜିତ ସାହୁଙ୍କୁ ମାହାଙ୍ଗା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏନେଇ ସ୍ପେଶାଲ କ୍ରାଇମବ୍ରାଞ୍ଚ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଜିତଙ୍କ ଗିରଫଦାରୀ ସମ୍ପର୍କରେ ଟ୍ୱିଟ୍‌ କରି ଜଣାଇଛନ୍ତି। ଆରୋହୀ କ୍ରିଏସନ୍‌ ନାମକ ଏକ କମ୍ପାନୀର ଆଇଡିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାୟ ୧୫ ଜଣ ଛାତ୍ରୀଙ୍କ ଫଟୋ ପୋଷ୍ଟ କରାଯାଇ ଅଶ୍ଳୀଳ […]

rd

Rakesh Mallick
  • Published: Tuesday, 28 March 2017
  • , Updated: 28 March 2017, 11:01 PM IST

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ସୋସିଆଲ ମିଡିଆରେ ବଦନାମ କରିବା ଘଟଣାରେ ଆରୋହୀ କ୍ରିଏସନ୍‌ର ମାଲିକ ସୁଜିତ ସାହୁଙ୍କୁ ମାହାଙ୍ଗା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏନେଇ ସ୍ପେଶାଲ କ୍ରାଇମବ୍ରାଞ୍ଚ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଜିତଙ୍କ ଗିରଫଦାରୀ ସମ୍ପର୍କରେ ଟ୍ୱିଟ୍‌ କରି ଜଣାଇଛନ୍ତି।

ଆରୋହୀ କ୍ରିଏସନ୍‌ ନାମକ ଏକ କମ୍ପାନୀର ଆଇଡିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାୟ ୧୫ ଜଣ ଛାତ୍ରୀଙ୍କ ଫଟୋ ପୋଷ୍ଟ କରାଯାଇ ଅଶ୍ଳୀଳ କ୍ୟାପସନ ଦିଆଯାଇଥିଲା। ଏନେଇ ଜଣାପଡିବା ପରେ ଛାତ୍ରୀମାନେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରମାଦେବୀ, ଶୈଳବାଳା ଓ କମଳାନେହରୁ ମହିଳା କଲେଜର ଛାତ୍ରୀମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏବଂ କ୍ରାଇମବ୍ରାଞ୍ଜ ଡିଜି ବିକେ ଶର୍ମାଙ୍କୁ ଭେଟି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯିବା ସହ ଅଭିଯୁକ୍ତ ସୁଜିତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ସେହିପରି ଏହି ପ୍ରସଙ୍ଗକୁ ନେଇ ଏବିଭିପି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିଲା।

Related story