ବିବାଦରେ ଭାଇରାଲ ଫଟୋ, କ’ଣ କୁହନ୍ତି ସେବାୟତ

ପୁରୀ( ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିରର କେତେକ ସେବାୟତମାନେ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବାର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହେବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ସମୁଦାୟ ପ୍ରସଙ୍ଗକୁ ଅନୁଧ୍ୟାନ କରିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏ ବାବଦରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଫଟୋ ଭାଇରାଲ […]

sev-1

sev-1

Tapas Behera
  • Published: Tuesday, 30 July 2019
  • Updated: 30 July 2019, 01:51 PM IST

ପୁରୀ( ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିରର କେତେକ ସେବାୟତମାନେ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବାର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହେବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ସମୁଦାୟ ପ୍ରସଙ୍ଗକୁ ଅନୁଧ୍ୟାନ କରିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏ ବାବଦରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଫଟୋ ଭାଇରାଲ ଘଟଣା ଶ୍ରୀମନ୍ଦିର ପରମ୍ପରାକୁ ବ୍ୟାଘାତ କରିଛି। ଆମେ ସେହିପ୍ରକାର ଜିନିଷ କରିବା କଥା ନୁହେଁ। ଅଲଗା ମନ୍ଦିର ହେଉ ବା ଘରେ ଏପରି ଫଟୋ ଭାଇରାଲ କରିବା ଉଚିତ୍ ନୁହେଁ।”

ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି,“ ପୂଜାପଣ୍ଡା ଓ ସିଂହାରୀମାନେ ଯେଉଁ ମନ୍ଦିରକୁ ଯାଆନ୍ତି, ସେମାନେ ସେଠାରେ ପ୍ରସାଦ ରୋଷେଇ କରନ୍ତି, ପାଣି ଛଡ଼ାଇ, ନିଜେ ଖାଆନ୍ତି। କେଉଁ ଜାଗାରେ ପୂଜା କରିଦେଲେ ଦୋଷାରାପ, ତାହା କହିବା ଠିକ୍‌ ନୁହେଁ।”

ପୂଜା ପଣ୍ଡା ନିଯୋଗ ସମ୍ପାଦକ ମାଧବ ପୂଜାପଣ୍ଡା କହିଛନ୍ତି, ଆମେ ଯେଉଁ ଠାକୁରାଣୀ, ଠାକୁର ମନ୍ଦିରକୁ ଯାଇଥାଉ,ସେଠାରେ ମାଳି ମହାପାତ୍ର ଥାନ୍ତି, ପୂଜକ ଥାନ୍ତି। କିନ୍ତୁ ସେମାନେ ସେଠାରେ ଭୋଗ କଲେ ଆମେ ଗ୍ରହଣ କରି ନଥାଉ। ଆମେ ନିଜେ ହିଁ ଭୋଗ କରି ଗ୍ରହଣ କରିଥାଉ। ଆମ ନିଯୋଗର ଯେତେ ଜଣ ସଦସ୍ୟ ଅଛନ୍ତି, ତାଙ୍କ ଉପରେ ମୋର ପୂର୍ଣ୍ଣ ଭରସା ଅଛି। ସେମାନେ ଏଭଳି କାର୍ଯ୍ୟ କରିବେ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀକ୍ଷେତ୍ରରେ ବିରାଜମାନ ମହାପ୍ରଭୁ ଜଗନ୍ନାଥଙ୍କ ପୂଜା ନିର୍ଦ୍ଦିଷ୍ଟ ରୀତିନୀତି ଅନୁଯାୟୀ ହୋଇଥାଏ। ଶ୍ରୀମନ୍ଦିର ସ୍ଵତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ସେବାୟତମାନେ ଏହି ସମସ୍ତ ନୀତି କରିଥା’ନ୍ତି। ଏଭଳି ନୀତିକାନ୍ତି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳିନଥାଏ।

ହେଲେ ଏବେ ଶ୍ରୀମନ୍ଦିରର ସେବାୟତମାନେ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବାର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ନାନା ଆଲୋଚନା ଓ ପର୍ଯ୍ୟା ଭାଇରାଲ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପ୍ରତିମା ଆଗରେ ତିନି ଜଣ ସେବକ ବସି ପୂଜାର୍ଚ୍ଚନା କରୁଛନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ମାଟି ପାତ୍ରରେ ଅନେକ ପ୍ରକାର ବ୍ୟଞ୍ଜନ ବଢ଼ା ହୋଇଛି। ଶ୍ରୀମନ୍ଦିର ସେବାୟତଙ୍କ ଏଭଳି ପୂଜା କରୁଥିବାର ଚିତ୍ର ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
https://www.youtube.com/watch?v=l2S2l35A7PY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos