୨୪ରୁ ୧୪ ଘଣ୍ଟା ପଢ଼ : ଟିପ୍ସ ଜାରି କଲା ଗଣଶିକ୍ଷା ବିଭାଗ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୪ରୁ ୧୪ ଘଣ୍ଟା ପଢ଼।  ମାଟ୍ରିକ୍‌ ଭଲ ମାର୍କ ରଖିବା ଲାଗି ଏହା ହେଉଛି ଗଣଶିକ୍ଷା ବିଭାଗର ପରୀକ୍ଷାର୍ଥୀଙ୍କ ପାଇଁ ଟିପ୍ସ। ସେହିପରି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବି ଚାପ ନ ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ପରାମର୍ଶକୁ ଛାତ୍ରଛାତ୍ରୀ ଯଦିଓ ସ୍ୱାଗତ କରିଛନ୍ତି ମାତ୍ର ମନସ୍ତତ୍ତ୍ୱବିତ ୧୪ ଘଣ୍ଟାର ପଢା ଲାଗି ପରାମର୍ଶକୁ ହିତକର ନୁହେଁ ବୋଲି କହିଛନ୍ତି। ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଣଶିକ୍ଷା ବିଭାଗ ଦେଇଛି ଟିପ୍ସ । କେମିତି […]

school

school

Tapas Behera
  • Published: Tuesday, 16 February 2021
  • Updated: 16 February 2021, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୪ରୁ ୧୪ ଘଣ୍ଟା ପଢ଼।  ମାଟ୍ରିକ୍‌ ଭଲ ମାର୍କ ରଖିବା ଲାଗି ଏହା ହେଉଛି ଗଣଶିକ୍ଷା ବିଭାଗର ପରୀକ୍ଷାର୍ଥୀଙ୍କ ପାଇଁ ଟିପ୍ସ। ସେହିପରି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବି ଚାପ ନ ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ପରାମର୍ଶକୁ ଛାତ୍ରଛାତ୍ରୀ ଯଦିଓ ସ୍ୱାଗତ କରିଛନ୍ତି ମାତ୍ର ମନସ୍ତତ୍ତ୍ୱବିତ ୧୪ ଘଣ୍ଟାର ପଢା ଲାଗି ପରାମର୍ଶକୁ ହିତକର ନୁହେଁ ବୋଲି କହିଛନ୍ତି।

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଣଶିକ୍ଷା ବିଭାଗ ଦେଇଛି ଟିପ୍ସ । କେମିତି ପ୍ରସ୍ତୁତି କରିବେ ଓ କିପରି ପରୀକ୍ଷା ଦେବେ? ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ପାଇଁ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ କରୋନା କାଳରେ ଏଭଳି ମାଟ୍ରିକ ଟିପ୍ସ ପ୍ରସ୍ତୁତ କରାଯାଇଛି । ଖୁବ୍ ଶୀଘ୍ର ଏହା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରସ୍ତୁତି ପାଇଁ ଟାଇମ୍ ଟେବୁଲ ନମୁନା ବି କରାଯାଇଛି । ଦୈନିକ ୨୪ ଘଣ୍ଟାରୁ ୧୪ ଘଣ୍ଟା ପଢିବା, ୬ଘଣ୍ଟା ଶୋଇବା ଓ ୪ଘଣ୍ଟା ଅନ୍ୟକାମ ଲାଗି ବିନିଯୋଗ କରିବାକୁ କୁହାଯାଇଛି। ନିୟମିତ ବ୍ୟାୟାମ ଓ ଯୋଗ କରିବା ସହ ସୁଷମ ଖାଦ୍ୟ ଆହରଣ ପାଇଁ ପରାମର୍ଶ ଦିଆଯାଇଛି। ପ୍ରତି ବିଷୟ ଲାଗି ଦେଢ ଘଣ୍ଟାରୁ ଦୁଇ ଘଣ୍ଟା ସମୟ ଦେଲେ ଛାତ୍ରଛାତ୍ରୀ ସୁଫଳ ପାଇପାରିବେ। ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପଢିବା ଲାଗି କହିଛି ବିଭାଗ।

କେବଳ ପାଠ ପଢାରେ ଛାତ୍ରଛାତ୍ରୀମାନେ ମନନିବେଶ କରିବେ ତାନୁହେଁ । ଅବସର ସମୟରେ ଖେଳାଖେଳି, ଟିଭି ଦେଖିବା ପାଇଁ ବି ପରାମର୍ଶ ଦିଆଯାଇଛି। ସେହିପରି ପିଲାଙ୍କ ପରୀକ୍ଷା ପ୍ରସ୍ତୁତି ସମୟରେ ଅଭିଭାବକ ଓ ଶିକ୍ଷକମାନଙ୍କର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ପିଲାଙ୍କ ଉପରେ ଚାପ ନପକାଇ ସେମାନଙ୍କୁ ଉତ୍ସାହିତ କଲେ। ପିଲା ଭଲ ପ୍ରଦର୍ଶନ କରିବେ ବୋଲି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀମାନେ ଏହି ପରାମର୍ଶକୁ ସ୍ୱାଗତ କରିଛନ୍ତି । ମାତ୍ର ମନସ୍ତତ୍ତ୍ୱବିତଙ୍କ ମତରେ ଦିନକୁ ୧୪ ଘଣ୍ଟା ପଢିବା ପାଇଁ ପରାମର୍ଶ ଦେବା ଯୁକ୍ତି ଯୁକ୍ତି ନୁହେଁ ଏହାଦ୍ୱାରା ପିଲାଙ୍କ ଉପରେ ଚାପ ଅଧିକ ପଡିପାରେ।

କରୋନା ପାଇଁ ଶିକ୍ଷା ବର୍ଷ ପ୍ରଭାବିତ ହୋଇିଛି। ପରୀକ୍ଷାର୍ଥୀଙ୍କ ହିତ ଦୃଷ୍ଟିରୁ ଜାନୁଆରୀ ୮ରୁ ସ୍କୁଲ୍ ଖୋଲାଯିବା ସହ ପରୀକ୍ଷା ଦର୍ପଣ ବି ଦିଆଯାଇଛି । ଆଉ ଏବେ ମାଟ୍ରିକ୍ ପ୍ରସ୍ତୁତି ପାଇଁ ୧୪ ଘଣ୍ଟା ପଢ଼ିବା ଲାଗି ପରାମର୍ଶ ଦେବା ପାସ୍ ହାରକୁ କେତେ ବଢେଇବ ତାଉପରେ ରହିଛି ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos