ରାଜ୍ୟ ବାହାରୁ ଆସୁଛି ଡେଙ୍ଗୁ ଡର, ଚିହ୍ନଟ ହେଲେଣି ୩୦୨

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ବାହାରୁ ଆସୁଛି ଡେଙ୍ଗୁ ଡର। କାମ ଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକେ ରୋଗ ଧରି ଓଡ଼ିଶା ଫେରିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି।  ଚଳିତ ମାସର ପ୍ରଥମ ୧୩ ଦିନରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୯ ଡେଙ୍ଗୁ ରୋଗୀ।  ରାଜ୍ୟରେ ଏବେସୁଦ୍ଧା ଚିହ୍ନଟ ସମୁଦାୟ ୩୦୨ ରୋଗୀଙ୍କ ଭିତରୁ ୧୨୯ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ତେଣୁ ଅନ୍ୟ ରାଜ୍ୟରୁ ଟ୍ରେନ୍ରେ ଏକାଠି ଆସୁଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା […]

bcv

Tapas Behera
  • Published: Wednesday, 14 August 2019
  • , Updated: 14 August 2019, 09:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ବାହାରୁ ଆସୁଛି ଡେଙ୍ଗୁ ଡର। କାମ ଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକେ ରୋଗ ଧରି ଓଡ଼ିଶା ଫେରିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି।  ଚଳିତ ମାସର ପ୍ରଥମ ୧୩ ଦିନରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୯ ଡେଙ୍ଗୁ ରୋଗୀ।  ରାଜ୍ୟରେ ଏବେସୁଦ୍ଧା ଚିହ୍ନଟ ସମୁଦାୟ ୩୦୨ ରୋଗୀଙ୍କ ଭିତରୁ ୧୨୯ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ତେଣୁ ଅନ୍ୟ ରାଜ୍ୟରୁ ଟ୍ରେନ୍ରେ ଏକାଠି ଆସୁଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଣ୍ଟା ଭିଡ଼ିଛି ଶ୍ରମ ବିଭାଗ । ତେଣେ କଟକରେ ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା  ବେଳେ ତାହା ଏଯାଏଁ ସ୍ୱାସ୍ଥ୍ୟ ବିଭାଗ ରେକର୍ଡରେ ଚଢ଼ିନି ।

ରାଜ୍ୟର ପ୍ରଥମ ଡେଙ୍ଗୁ ମୃତ୍ୟୁ କେନ୍ଦ୍ରାପଡ଼ାରେ ହୋଇଛି। ଆଳିରେ କଟକ ବଡ଼ ମେଡିକାଲ ଚିକିତ୍ସା ଅବସ୍ଥାରେ ଗତକାଲି ତାଙ୍କ ଦେହାନ୍ତ ହୋଇଛି। ଏସ୍‌ସିବି କର୍ତ୍ତୃପକ୍ଷ ଡେଙ୍ଗୁ ମୃତ୍ୟୁ କଥା କହିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପାଖରେ କିନ୍ତୁ ଖବର ନାହିଁ । ତେବେ ଗୁରୁତ୍ୱପୂର୍ଣ କଥା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଚିହ୍ନଟ ୪୮ ଡେଙ୍ଗୁ ରୋଗୀଙ୍କ ଭିତରୁ ୩୫ ଜଣ ନିକଟରେ ଅନ୍ୟ ରାଜ୍ୟରୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୨୨ ଜଣ ବେଙ୍ଗଲୁରରୁ ଫେରିଥିବା ବଳେ ୯ ଜଣ ହାଇଦ୍ରାବାଦରୁ ଆସିଛନ୍ତି।

ସେହିପରି ବାଲେଶ୍ୱରରେ ୩୬ ଡେଙ୍ଗୁ ଆକ୍ରାନ୍ତ ଭିତରେ ରାଜ୍ୟ ବାହାରୁ ଆସିଥିବା ୨୩ ଜଣ ଅଛନ୍ତି। ଭଦ୍ରକରେ ୩୯ରୁ ୨୧ ଓ ଯାଜପୁରରେ ୩୯ରୁ  ୧୭  ରୋଗୀ ବାହାର ରାଜ୍ୟରୁ ଆସିଛନ୍ତି । ଏସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି।  କାରଣ ଢେଙ୍କାନାଳ ଜିଲ୍ଲାରେ ଚିହ୍ନଟ ୭ ରୋଗୀଙ୍କ ଭିତରୁ ୫ ଜଣ ବାହାର ରାଜ୍ୟରରୁ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  କହିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ହିସାବରେ ତାହା ଉଲ୍ଲେଖ ନାହିଁ।

Related story