ଲକ ଡାଡନରେ ଧରାପଡ଼ିଗଲା ଆମ ନାଲି ପାଣି ବେପାର !

ଚୌଦ୍ୱାର(ଓଡ଼ିଶା ରିପୋର୍ଟର) କରୋନାର ଦ୍ୱିତୀୟ ଲହରୀର ଭୟାବହତାକୁ ଲକ୍ଷ୍ୟକରି ସରକାର ଲକ୍‌ଡାଉନ କରିଥିବା ବେଳେ ଏହାର ସୁଯୋଗ ନେଇ କିଛି ମଦ ବ୍ୟବସାୟୀ ଚୋରାରେ ମଦ ବିକ୍ରୀ କରି ଭଲ ମୁନାଫା କମାଉଛନ୍ତି କ୍ଷ ପୋଲିସ ମାସ୍କ ଓ ହେଲମେଟ୍ ଚେକିଂ ରେ ସୀମିତ ରହିଥିବା ବେଳେ ଏହି ବେପାର ଖୋଲମଖୁଲା ହେଉଛି । ସେହିଭଳି ୩ଜଣ ଚୋରା ମଦ ବ୍ୟବସାୟୀଙ୍କ ଘରେ କିଛି ମହିଳା ଚଢାଉ କରି ବିପୁଳ ମାତ୍ରରେ ମଦ ଜବତ କରିବା ସହ […]

ki-11

Tapas Behera
  • Published: Tuesday, 11 May 2021
  • , Updated: 11 May 2021, 04:54 PM IST

ଚୌଦ୍ୱାର(ଓଡ଼ିଶା ରିପୋର୍ଟର) କରୋନାର ଦ୍ୱିତୀୟ ଲହରୀର ଭୟାବହତାକୁ ଲକ୍ଷ୍ୟକରି ସରକାର ଲକ୍‌ଡାଉନ କରିଥିବା ବେଳେ ଏହାର ସୁଯୋଗ ନେଇ କିଛି ମଦ ବ୍ୟବସାୟୀ ଚୋରାରେ ମଦ ବିକ୍ରୀ କରି ଭଲ ମୁନାଫା କମାଉଛନ୍ତି କ୍ଷ ପୋଲିସ ମାସ୍କ ଓ ହେଲମେଟ୍ ଚେକିଂ ରେ ସୀମିତ ରହିଥିବା ବେଳେ ଏହି ବେପାର ଖୋଲମଖୁଲା ହେଉଛି । ସେହିଭଳି ୩ଜଣ ଚୋରା ମଦ ବ୍ୟବସାୟୀଙ୍କ ଘରେ କିଛି ମହିଳା ଚଢାଉ କରି ବିପୁଳ ମାତ୍ରରେ ମଦ ଜବତ କରିବା ସହ ବ୍ୟବସାୟି ମାନଙ୍କୁ ପୋଲିସ ଜିମା ଦେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାର ଥାନା ଅନ୍ତର୍ଗତ ଓଟିଏମ କଲୋନୀରେ । କଲୋନୀର ୪ଟି କ୍ୱାର୍ଟର ଭିତରେ ମହଜୁଦ ଥିବା ବିପୁଳ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦକୁ ଚୌଦ୍ୱାର ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଜବତ କରିଛି । ଏଥି ସହିତ ଓଟିଏମ୍ କଲୋନୀରେ ରହୁଥିବା ମଦ ବ୍ୟବସାୟୀ କାହ୍ନୁ ଚରଣ ରାଉଳ, ରମେଶ ରାଉଳ ଓ ଚନ୍ଦ୍ର ଶେଖର ସାହୁଙ୍କୁ ଗିରଫ କରିଛି ।

ସେମାନଙ୍କ ଘରୁ ୭୨୫ ବୋତଲ ଦେଶୀ ମଦ, ୧୮ ବୋତଲ ବିଦେଶୀ ମଦ, ୧୬୦ ଲିଟର ସହିତ ୪ଟି ମଟରସାଇକେଲ, ଗୋଟିଏ ଅଲଟୋ କାର, ମଦ ରଖୁଥିବା ଜାରକିନ୍ ଆଦି ଜବତ କରାଯାଇଛି କ୍ଷ ଅଭିଯୁକ୍ତ କାହ୍ନୁ ଓ ତାଙ୍କ ବାପା ଓଟିଏମ୍ କଲୋନୀସ୍ଥିତ ତାଙ୍କ ରହିବା କ୍ୱାର୍ଟରରେ ଦୀର୍ଘଦିନ ହେଲା ଚୋରାମଦ କାରବାର କରୁଥିଲେ । ଏଥି ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଡରାଇ ଧମକାଇ ଚୁପ୍ କରି ରଖୁଥିଲେ ।

କେହି ପ୍ରତିବାଦ କଲେ ସେମାନଙ୍କୁ ମାଡ଼ ମାରିବା, ଧମକାଇବା ଓ ହଇରାଣ ହରକତ ଆଦି କରୁଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ କଲୋନୀର ଶତାଧିକ ମହିଳା, ପୁରୁଷ ଓ ଯୁବକ ଏକାଠି ହୋଇ ମଦ ସାମ୍ରାଜ୍ୟ ଚଳାଇଥିବା ୪ଟି କ୍ୱାର୍ଟର ଉପରେ ଚଢ଼ଉ କରିଥିଲେ । ଘର ଭିତରେ ବିପୁଳ ପରିମାଣର ପେଟି ବାହାରକୁ ନେଇ ଆସିବା ସହିତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଚିଂ ମଦ ଜବତ କରିବା ସହିତ ବିଭିନ୍ନ ସ୍ଥାନରେ ଚଡ଼ଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ।

Related story