ସମସ୍ତେ ମୋ ସ୍ୱାମୀ ଓ ମୋ ଉପରେ ସନ୍ଦେହ କରିଥିଲେ, ଏବେ ଜାଣନ୍ତୁ ସତ କ’ଣ
Ordigital Desk
• Published: Tuesday, 24 April 2018
• , Updated: 24 April 2018, 12:52 PM IST
ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ଭଇଁଷା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କଥା କହିଛନ୍ତି।
ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିବା ନେଇ ଆଜି ସକାଳେ ସୂଚନା ଆସିଥିଲା। ତେବେ ଡିଜିପି ଏହାକୁ ଖଣ୍ଡନ କରିଛନ୍ତି। କ୍ରାଇମବ୍ରାଞ୍ଚ ଏବେବି ଘଟଣାର ତଦନ୍ତ ଜାରି ରଖିଛି ବୋଲି ସେ କହିଛନ୍ତି। ଠିକ୍ ସମୟରେ ଠିକ୍ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପୁଞ୍ଜିଲାଲଙ୍କୁ ତିନି ଦିନ ହେଲାଣି ତଦନ୍ତକାରୀ ଅଧିକାରୀମାନେ ଉଠାଇ ନେଇ ପଚରାଉଚରା କରୁଛନ୍ତି। ତାଙ୍କ ସହିତ ତାଙ୍କର ଜଣେ ସହଯୋଗୀ ଓ ଆଉ କେତେ ଜଣଙ୍କୁ ମଧ୍ୟ ପଚରାଉଚରା ଚାଲିଛି।
ପୁଞ୍ଜିଲାଲଙ୍କ ପତ୍ନୀ ସୌଦାମିନୀ ମେହେର କହିଛନ୍ତି ଯେ ତାଙ୍କ ସ୍ୱାମୀ ନିର୍ଦ୍ଦୋଷ।
ଏ ଘଟଣାରେ ପୁଞ୍ଜିଲାଲଙ୍କ ସମେତ ଆଉ କିଛି ଜଣଙ୍କ ନାଁ ଆସିବା ପରେ ମୃତ ସୌମ୍ୟଶେଖରଙ୍କ ପତ୍ନୀ ରୀମାରାଣୀ କହିଛନ୍ତି ଯେ ଏବେ ରାଜ୍ୟବାସୀ ପ୍ରକୃତ ଘଟଣା ଜାଣିପାରିବେ। କାରଣ ଏହି ଘଟଣା ପରେ ପରେ ପ୍ରଥମେ ରୀମା ଓ ତାଙ୍କ ସ୍ୱାମୀଙ୍କ ଉପରକୁ ହିଁ ଆଙ୍ଗୁଳି ଉଠିଥିଲା। ପ୍ରାୟ ସମସ୍ତେ ଭାବୁଥିଲେ ଏହା ପଛରେ ଏମାନଙ୍କ ଭିତରୁ କାହାର ପ୍ରେମ କାହାଣୀ ଥାଇପାରେ। ତେବେ କ୍ରାଇମବ୍ରାଞ୍ଚର ତଦନ୍ତ ଆଗେଇବା ସହିତ ଘଟଣା ଭିନ୍ନ ମୋଡ଼ ନେଇଛି।
ଏବେ ଶୁଣନ୍ତୁ ରୀମା କଣ କହୁଛନ୍ତି-
ସୂଚନାଯୋଗ୍ୟ, ଏହି ପାର୍ସଲବୋମା ବିସ୍ଫୋରଣରେ ମୃତ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁ ଭଇଁଷାର କଲେଜର ଅଧ୍ୟକ୍ଷା ଅଛନ୍ତି। ମିଳିଥିବା ସୂଚନା ମୁତାବକ ଅଧ୍ୟାପକ ପୁଞ୍ଜିଲାଲ ତାଙ୍କୁ ଅଧ୍ୟକ୍ଷା ଭାବେ ଗ୍ରହଣ କରି ପାରୁ ନଥିଲେ। କାରଣ ସଂଯୁକ୍ତା ସେହି କଲେଜକୁ ବଦଳି ହୋଇ ଆସିବା ପୂର୍ବରୁ ସେ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ତେବେ ବରିଷ୍ଠତା ଭିତ୍ତିରେ ସଂଯୁକ୍ତାଙ୍କୁ ଅଧ୍ୟକ୍ଷା କରାଯାଇଥିଲା। ଏହାକୁ ନେଇ ତାଙ୍କର ସଂଯୁକ୍ତାଙ୍କ ସହିତ ବିବାଦ ଥିଲା। ସେ ବିଭିନ୍ନ ସମୟରେ ସଂଯୁକ୍ତାକୁ ହଇରାଣ କରୁଥିଲେ। ଏମିତିକି କାନ୍ଥବାଡ଼ରେ ସଂଯୁକ୍ତାଙ୍କ ନାଁରେ କୁତ୍ସା ରଟନା କରୁଥିଲେ।
Related story