ଶପଥ ନେଲେ ବିଜେପୁର ବିଧାୟିକା ରୀତା ସାହୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଜେପୁରର ନବନିର୍ବାଚିତ ବିଧାୟିକା ରୀତା ସାହୁ । ବାଚସ୍ପତିଙ୍କ ଚାମ୍ବରରେ ସେ ଶପଥ ନେଇଛନ୍ତି । ଗତମାସରେ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିର ରୀତା ସାହୁ ବିଜୟୀ ହୋଇଥିଲେ । ସୂଚନାଥାଉ କି, ଗତ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ଠିଆ ହୋଇ ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ସେ […]

rita-1-1

Niharika Rout
  • Published: Wednesday, 13 November 2019
  • , Updated: 13 November 2019, 01:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଜେପୁରର ନବନିର୍ବାଚିତ ବିଧାୟିକା ରୀତା ସାହୁ । ବାଚସ୍ପତିଙ୍କ ଚାମ୍ବରରେ ସେ ଶପଥ ନେଇଛନ୍ତି । ଗତମାସରେ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିର ରୀତା ସାହୁ ବିଜୟୀ ହୋଇଥିଲେ ।

ସୂଚନାଥାଉ କି, ଗତ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ଠିଆ ହୋଇ ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ସେ ବିଜେପୁର ଆସନ ଛାଡି ଦେବାରୁ ଏଠାରେ ହୋଇଥିଲା ଉପ ନିର୍ବାଚନ। ଉପନିର୍ବାଚନରେ ରୀତା ସାହୁ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିଧାୟକ ଥିବା ତାଙ୍କ ସ୍ୱାମୀ ସୁବଳ ସାହୁଙ୍କ ମୃତ୍ୟୁ ପରେ ୨୦୧୮ରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ରୀତା ବିଜୟୀ ହୋଇଥିଲେ ।

 

Related story