କଲେଜ ପାଠ୍ୟକ୍ରମରେ ସଂସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ମନୋବୃତ୍ତି ଆଣିବାକୁ ଅଭିନବ ସଂସ୍କାର ଆଣୁଛି ଉଚ୍ଚଶିକ୍ଷା ବିଭାଗ । ୨୦୨୦-୨୧ ଶିକ୍ଷାବର୍ଷରୁ ଅଣ୍ଡର୍ ଗ୍ରାଜୁଏଟ୍ ଓ ପୋଷ୍ଟ୍ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ସାମିଲ ହେବ ୨୫ ପ୍ରତିଶତ ସେଲ୍ଫ ଷ୍ଟଡି ବା ସ୍ୱ-ଅଧ୍ୟୟନ।  ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷାବିତ୍ ସ୍ୱାଗତ କରିଥିବା ବେଳେ, ଛାତ୍ରଛାତ୍ରୀ ଏହାର କାର୍ଯ୍ୟକାରିତା ଓ ବାସ୍ତବତାକୁ ନେଇ […]

college

Tapas Behera
  • Published: Saturday, 20 June 2020
  • , Updated: 20 June 2020, 08:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ମନୋବୃତ୍ତି ଆଣିବାକୁ ଅଭିନବ ସଂସ୍କାର ଆଣୁଛି ଉଚ୍ଚଶିକ୍ଷା ବିଭାଗ । ୨୦୨୦-୨୧ ଶିକ୍ଷାବର୍ଷରୁ ଅଣ୍ଡର୍ ଗ୍ରାଜୁଏଟ୍ ଓ ପୋଷ୍ଟ୍ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ସାମିଲ ହେବ ୨୫ ପ୍ରତିଶତ ସେଲ୍ଫ ଷ୍ଟଡି ବା ସ୍ୱ-ଅଧ୍ୟୟନ।  ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷାବିତ୍ ସ୍ୱାଗତ କରିଥିବା ବେଳେ, ଛାତ୍ରଛାତ୍ରୀ ଏହାର କାର୍ଯ୍ୟକାରିତା ଓ ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଖାଲି କ୍ଲାସ୍‌ରୁମରେ ନୁହେଁ, ଘରେ ବି ନିଜେ ନିଜେ ପାଠ ପଢ଼ିବାକୁ ବାଧ୍ୟ ହେବେ ଛାତ୍ରଛାତ୍ରୀ । ୟୁଜି ଓ ପିଜି ସିଲାବସରେ ଏକ-ଚତୁର୍ଥାଂଶ ରହିବ ଗାଇଡେଡ୍ ସେଲ୍ଫ ଷ୍ଟଡି  ଅର୍ଥାତ୍, ୭୫ ପ୍ରତିଶତ ପାଠ କ୍ଲାସ୍‌ରୁମରେ ଶିକ୍ଷକ ପଢ଼ାଇବେ ଓ ବାକି ୨୫ ପ୍ରତିଶତ ଛାତ୍ରଛାତ୍ରୀ ନିଜେ ପଢ଼ି ପରୀକ୍ଷା ଦେବେ।

ଯୁକ୍ତ ୩ରେ ପ୍ରତି ପେପର୍ର ୪ଟି ୟୁନିଟରୁ  ଦ୍ୱିତୀୟ ୟୁନିଟ୍ ସେଲ୍ଫ ଷ୍ଟଡି ପାଇଁ ଉଦ୍ଦିଷ୍ଟ ରହିବ।  ପିଜିର ପେପର୍ ସଂପର୍କରେ ବିଶ୍ୱବିଦ୍ୟାଳୟର ସମ୍ପୃକ୍ତ ବିଭାଗ ନିଷ୍ପତ୍ତି ନେବ।  ତେବେ ପ୍ରୋଜେକ୍ଟ ୱାର୍କ, ଫିଲ୍ଡ ୱାର୍କ ଓ ଡିସର୍ଟେସନ୍ ପେପର୍ ଆଦି ପୂର୍ବବତ୍ ଜାରି ରହିବ ।

Related story