ବିଜେଡି ପାଇଁ କଣ୍ଟା ସାଜିଛିିି ନେତାଙ୍କ ଥଇଥାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ନେତାଙ୍କୁ ଥଇଥାନ କରିବା ଏବେ ଶାସକ ବିଜେଡିର ତଣ୍ଟିରେ କଣ୍ଟା ସାଜିଲାଣି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ଗଠନ ପରେ ବିଭିନ୍ନ ସରକାରୀ ଓ ଦଳୀୟ ପଦପଦବୀରେ ଥଇଥାନ ହେବାକୁ ଅଧିକାଂଶ ଦ୍ୱିତୀୟ ଧାଡ଼ିର ନେତାମାନେ ଚାହିଁ ବସିଥିବାବେଳେ କିଛି ପ୍ରଭାବଶାଳୀ ତଥା ପୁରୁଖା ନେତାଙ୍କୁ କିଭଳି ସନ୍ତୁଷ୍ଟ କରାଯିବ, ସେ ନେଇ ବିଜେଡି ନେତୃତ୍ୱ ଚିନ୍ତାରେ ପଡ଼ିଛନ୍ତି। ବିଶେଷକରି ନିକଟରେ ଘୋଷଣା ହୋଇଥିବା ଜିଲ୍ଲା […]

p-97

p-97

Tapas Behera
  • Published: Monday, 12 August 2019
  • Updated: 12 August 2019, 08:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ନେତାଙ୍କୁ ଥଇଥାନ କରିବା ଏବେ ଶାସକ ବିଜେଡିର ତଣ୍ଟିରେ କଣ୍ଟା ସାଜିଲାଣି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ଗଠନ ପରେ ବିଭିନ୍ନ ସରକାରୀ ଓ ଦଳୀୟ ପଦପଦବୀରେ ଥଇଥାନ ହେବାକୁ ଅଧିକାଂଶ ଦ୍ୱିତୀୟ ଧାଡ଼ିର ନେତାମାନେ ଚାହିଁ ବସିଥିବାବେଳେ କିଛି ପ୍ରଭାବଶାଳୀ ତଥା ପୁରୁଖା ନେତାଙ୍କୁ କିଭଳି ସନ୍ତୁଷ୍ଟ କରାଯିବ, ସେ ନେଇ ବିଜେଡି ନେତୃତ୍ୱ ଚିନ୍ତାରେ ପଡ଼ିଛନ୍ତି। ବିଶେଷକରି ନିକଟରେ ଘୋଷଣା ହୋଇଥିବା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ ହେବାକୁ କିଛି ପ୍ରଭାବଶାଳୀ ନେତା ରୋକଠୋକ୍ ମନା କରିଦେବା ଏବେ ବିଜେଡିକୁ ଅଡ଼ୁଆରେ ପକାଇଥିବା ଜଣାପଡ଼ିଛି। ଏପଟେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତାଲିକାରୁ ବାଦ୍ ପଡ଼ିଥିବା ପ୍ରଭାବଶାଳୀ ନେତା ଅରୁଣ ସାହୁ ଆଜି ନବୀନ ନିବାସ ଯାଇ ଦଳର ସୁପ୍ରିମୋଙ୍କୁ ଭେଟିଥିବା ସୂଚନା ମିଳିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଞ୍ଚମ ପାଳି ସରକାରରେ ମନ୍ତ୍ରୀ ପଦ ଆଶାୟୀ ଥିବା କିଛି ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରି ଜିଲ୍ଲାସ୍ତରରେ କ୍ଷମତା ସନ୍ତୁଳନ ରକ୍ଷା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଥିଲା। ଗତ ପାଳିରେ ଦଳର ୧୬ଜଣ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଥିବା ବେଳେ ଏଥର ପ୍ରାୟ ୨୦ଜଣଙ୍କୁ ଏହି ପଦବୀ(ରାଷ୍ଟ୍ରମନ୍ତ୍ରୀ ପାହ୍ୟା)ରେ ଅବସ୍ଥାପିତ କରିଥାନ୍ତା। ମାତ୍ର ଜିଲ୍ଲା ରାଜନୀତିରେ ପ୍ରଭାବ ରଖିଥିବା ଅଧିକାଂଶ ବିଧାୟକ(ପୂର୍ବତନ ମନ୍ତ୍ରୀ ଅବା ମନ୍ତ୍ରୀ ଆଶାୟୀ) ରାଜି ନହେବାରୁ ମାତ୍ର ୧୨ଜଣ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇଛି।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଯୋଜନା କମିଟି ଅଧ୍ୟକ୍ଷ ପଦ ପାଇଁ ପ୍ରଥମେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ବିଚାର କରାଯାଇଥିଲା। କିନ୍ତୁ ସେ ରାଜି ନହେବାରୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଏହି ଦାୟିତ୍ୱ ମିଳିଛି। ସେହିପରି ଢେଙ୍କାନାଳ ଜିଲ୍ଲା ପାଇଁ ବରିଷ୍ଠ ନେତା ନୃସିଂହ ସାହୁଙ୍କୁ ଯୋଜନା କମିଟି ଅଧ୍ୟକ୍ଷ ପଦ ଯଚା ଯାଇଥିଲା। ମାତ୍ର ସେ ମଧ୍ୟ ଏଥିପାଇଁ ରାଜି ହୋଇନଥିବା ଜଣାପଡ଼ିଛି। ଏହି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦକୁ କେବଳ ଏ ଦୁଇଜଣ ନେତା ପ୍ରତ୍ୟାଖ୍ୟାନ କରିନାହାନ୍ତି ବରଂ କେନ୍ଦ୍ରାପଡ଼ାର ଦୁଇ ପ୍ରଭାବଶାଳୀ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ କେଶରୀ ଦେବ, ଯାଜପୁର ଜିଲ୍ଲାର ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ, ବାଲେଶ୍ୱର ଜିଲ୍ଲାର ବିଧାୟକ ଅଶ୍ୱିନୀ ପାତ୍ର ଓ ସମ୍ବଲପୁର ଜିଲ୍ଲାର ରୋହିତ ପୂଜାରୀ ଆଦି ଏହି ପଦ ଗ୍ରହଣ କରିବାକୁ ରୋକଠୋକ୍ ମନା କରିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ଦଳର ଅଧିକାଂଶ ବିଧାୟକ ଏଥର ମନ୍ତ୍ରୀ ପଦ ଆଶାୟୀ ଥିବାବେଳେ ବର୍ତ୍ତମାନର ମନ୍ତ୍ରିମଣ୍ଡଳର ରୂପରେଖକୁ ନେଇ ସେମାନେ କ୍ଷୁବ୍ଧ ଅଛନ୍ତି। ଭବିଷ୍ୟତରେ ଦଳ ପାଇଁ ସେମାନେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ସେହିପରି ନିର୍ବାଚନ ହାରିଥିବା ଦଳର କିଛି ବରିଷ୍ଠ ତଥା ପ୍ରଭାବଶାଳୀ ନେତା ରବିନାରାୟଣ ନନ୍ଦ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା, ଦେବାଶୀଷ ସାମନ୍ତରାୟ, ରବୀନ୍ଦ୍ର ଜେନା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଥଇଥାନ କରିବା ଏବେ ଦଳ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଯଦି ଏହି ନେତାମାନଙ୍କୁ ଶୀଘ୍ର ଥଇଥାନ କରାନଯାଏ ତା’ହେଲେ ଜିଲ୍ଲାସ୍ତରରେ ଦଳୀୟ ସଂଗଠନ ଭୁଶୁଡ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ବିଜେଡିର ସଂଗଠନ ଭୁଷୁଡ଼ିବା ପ୍ରକ୍ରିୟା ଏବେ ଗଜପତି ଜିଲ୍ଲାରେ ଆରମ୍ଭ ହୋଇସାରିଲାଣି। ତେଣୁ ଏସବୁ ଦୃଷ୍ଟିରେ ରଖି ବିଜେଡି ଆସନ୍ତା ୩-୪ ଦିନ ମଧ୍ୟରେ ସାଂଗଠନିକସ୍ତରରେ ଏକ ବଡ଼ ଘୋଷଣା କରିବାକୁ ଯାଉଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story