ରେଳ ଯାତ୍ରାରେ ଟିକେଟ୍ ବାତିଲ୍ ନେଇ ଆଜିଠୁ ନୂଆ ନିୟମ

ଭୁବନେଶ୍ୱର: ଆଜିଠାରୁ ରେଳ ଯାତ୍ରାରେ ଟିକେଟ୍ ବାତିଲ ନେଇ ନୂଆ ନିୟମ ଲାଗୁ ହେଉଛି। ନିୟମ ଅନୁଯାୟୀ ଟିକେଟ ବାତିଲ ଶୁଳ୍କ ୨ଗୁଣ ବଢ଼ିଛି। ସେକେଣ୍ଡ କ୍ଲାସ୍ କନଫର୍ମ୍ ଟିକେଟକୁ ୪୮ ଘଣ୍ଟା ପୂର୍ବରୁ ବାତିଲ କଲେ କ୍ୟାନସେଲେସନ୍ ଫି ୩୦ ଟଙ୍କା ପରିବର୍ତ୍ତେ ୬୦ଟଙ୍କା ଦେବାକୁ ପଡ଼ିବ। ସେହିପରି ସେକେଣ୍ଡ କ୍ଲାସ୍ ସ୍ଲିପର୍ ପାଇଁ ୧୨୦ ଟଙ୍କା, ସେକେଣ୍ଡ ଏସି ପାଇଁ ୨୦୦ଟଙ୍କା ଓ ଥାର୍ଡ ଏସି ପାଇଁ ୧୮୦ ଟଙ୍କା ଦେବାପାଇଁ ପଡ଼ିବ। ଏହାଛଡ଼ା […]

train

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 04:29 AM IST

ଭୁବନେଶ୍ୱର: ଆଜିଠାରୁ ରେଳ ଯାତ୍ରାରେ ଟିକେଟ୍ ବାତିଲ ନେଇ ନୂଆ ନିୟମ ଲାଗୁ ହେଉଛି। ନିୟମ ଅନୁଯାୟୀ ଟିକେଟ ବାତିଲ ଶୁଳ୍କ ୨ଗୁଣ ବଢ଼ିଛି। ସେକେଣ୍ଡ କ୍ଲାସ୍ କନଫର୍ମ୍ ଟିକେଟକୁ ୪୮ ଘଣ୍ଟା ପୂର୍ବରୁ ବାତିଲ କଲେ କ୍ୟାନସେଲେସନ୍ ଫି ୩୦ ଟଙ୍କା ପରିବର୍ତ୍ତେ ୬୦ଟଙ୍କା ଦେବାକୁ ପଡ଼ିବ।
ସେହିପରି ସେକେଣ୍ଡ କ୍ଲାସ୍ ସ୍ଲିପର୍ ପାଇଁ ୧୨୦ ଟଙ୍କା, ସେକେଣ୍ଡ ଏସି ପାଇଁ ୨୦୦ଟଙ୍କା ଓ ଥାର୍ଡ ଏସି ପାଇଁ ୧୮୦ ଟଙ୍କା ଦେବାପାଇଁ ପଡ଼ିବ। ଏହାଛଡ଼ା ଏଣିକି ଟ୍ରେନ ଛାଡ଼ିବାର ଅତିକମରେ ୪ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କଲେ ହିଁ ନିୟମ ଅନୁଯାୟୀ ଟଙ୍କା ଫେରସ୍ତ ମିଳିବ। ୱେଟିଂ ଲିଷ୍ଟ ଓ ଆରଏସି ଟିକେଟ୍ ଥିବା ଯାତ୍ରୀଙ୍କୁ ଟ୍ରେନ ଛାଡ଼ିବାର ଅନ୍ୟୁନ ଅଧଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କରିବା ପାଇଁ ପଡ଼ିବ। ନଚେତ୍ କୌଣସି ଟଙ୍କା ଫେରସ୍ତ ମିଳିବ ନାହିଁ। ଏହି ନୂଆ ନିୟମ ଲାଗୁ ହେବା ଫଳରେ ଯାତ୍ରୀଙ୍କୁ ଅଧିକ କ୍ଷତି ସହିବା ପାଇଁ ପଡ଼ିବ।

Related story