ଓଡ଼ିଶାକୁ ରେଳ ବଜେଟରେ ୫ ହଜାର କୋଟି ଟଙ୍କା ଦାବି: ୬ରେ ରେଳମନ୍ତ୍ରୀଙ୍କୁ ଭେଟିବ ବିଧାନସଭା ଗୃହ କମିଟି

ଭୁବନେଶ୍ୱର: ଆଗାମୀ ରେଳ ବଜେଟରେ ଓଡ଼ିଶାକୁ ୫ ହଜାର କୋଟି ଟଙ୍କା  ଅନୁଦାନ ଦେବାକୁ ଦାବି କରାଯିବ। ଏ ନେଇ ଆସନ୍ତା ୬ ତାରିଖରେ ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ବିଧାନସଭା ଗୃହ କମିଟି ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଆସନ୍ତାକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ।  ବୈଠକରେ  ଗୃହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ। ଏହାସହ ବିଧାନସଭା ଗୃହ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଭେଟିବାର […]

train

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 03:42 PM IST

ଭୁବନେଶ୍ୱର: ଆଗାମୀ ରେଳ ବଜେଟରେ ଓଡ଼ିଶାକୁ ୫ ହଜାର କୋଟି ଟଙ୍କା  ଅନୁଦାନ ଦେବାକୁ ଦାବି କରାଯିବ। ଏ ନେଇ ଆସନ୍ତା ୬ ତାରିଖରେ ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ବିଧାନସଭା ଗୃହ କମିଟି ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଆସନ୍ତାକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ।  ବୈଠକରେ  ଗୃହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ। ଏହାସହ ବିଧାନସଭା ଗୃହ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ହେଲେ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ କିଛି ସ୍ପଷ୍ଟ ହୋଇନାହିଁ।

୨୦୧୬-୧୭ ଆର୍ଥିକବର୍ଷ ରେଳ ବଜେଟରେ ଓଡ଼ିଶା ଲାଗି ଦାବି କରିବାକୁ ରାଜ୍ୟ ସରକାର ଡ୍ରାଫ୍ଟ ମେମୋରେଣ୍ଡମ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଡବଲିଂ ଓ ଥାର୍ଡ୍ ଲାଇନ୍ ବାବଦକୁ ସର୍ବାଧିକ ୨୨ଶହ ୭୦କୋଟି, ନିର୍ମାଣଧୀନ ଓ ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ପାଇଁ ଏକ ହଜାର ୫୦ କୋଟି, ନୂଆ ପ୍ରକଳ୍ପ ବାବଦକୁ ୪ଶହ କୋଟି ଓ ଯାତ୍ରୀଙ୍କ ସୁବିଧା ବାବଦକୁ ୩୫୦ କୋଟି ଟଙ୍କା ଦାବି କରାଯିବ। ଆସନ୍ତାକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଲୱେ ସମ୍ପର୍କୀତ ବିଧାନସଭା ଗୃହ କମିଟି ବୈଠକ ବସି ଡ୍ରାଫଟ୍ ମେମୋରେଣ୍ଡମକୁ ଚୂଡାନ୍ତ କରାଯିବ।

ପୂର୍ବତଟ ରେଳ ରେଳପଥ ବାର୍ଷିକ ୧୪ଶହ କୋଟି ଟଙ୍କ।ର ରାଜସ୍ୱ ପାଉଥିବାରୁ ରେଳ ବଜେଟରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେବାକୁ କମିଟି ସଦସ୍ୟମାନେ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି କରିବେ ବୋଲି ଜଣାପଡିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ରେଳ ୱାଗନ କାରଖାନା ନାହିଁ। ଏହା ପ୍ରତିଷ୍ଠା କରାଯାଉ। ପଶ୍ଚିମ ଓଡ଼ିଶାରୁ ଟିଟଇଲାଗଡ, ବଲାଙ୍ଗିର ଓ ସମ୍ବଲପୁର ଦେଇ ମୁମ୍ବାଇକୁ ଯିବାକୁ ଟ୍ରେନର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି।

ରେଳୱେ ଗୃହ କମିଟି ସଦସ୍ୟ ପ୍ରତାପ ଜେନା କହିଛନ୍ତି, ରାଜ୍ୟର ୬ଟି ଜିଲ୍ଲାକୁ ଏପର୍ଯ୍ୟନ୍ତ ରେଳସେବା ପହଞ୍ଚି ପାରିନାହିଁ। ଏହି ଜିଲ୍ଲାଗୁଡିରେ ରେଳସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖାଯିବ।

ଗତ ଡିସେମ୍ୱର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ରେଳ ବଜେଟରେ ଓଡ଼ିଶାକୁ ୫ ହଜାର କୋଟି ଟଙ୍କା ଦେବାକୁ ଦାବି କରିଥିଲେ। ଗତ ରେଳ ବଜେଟରେ ଓଡ଼ିଶା ୩୨ଶହ କୋଟି ଟଙ୍କା ଦାବି କରିଥିବା ବେଳେ ୨୫ଶହ ୧୪ କୋଟି ପାଇଥିଲା।

Related story