ମୃତ କରୋନା ଯୋଦ୍ଧାଙ୍କ ଆତ୍ମୀୟଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ନିକଟତମ ଆତ୍ମୀୟମାନଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସହାୟତା ମଧ୍ୟ କରୋନା ମୁକାବିଲାରେ ଯୋଦ୍ଧା ଭାବେ ସାମିଲ ହୋଇଥିବା ସମସ୍ତ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି (ସରପଂଚ ଓ ଅନ୍ୟ ପ୍ରତିନିଧି)ଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏହି କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସେମାନଙ୍କ ଆତ୍ମୀୟମାନଙ୍କୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

corona-fighter

Manoranjan Sial
  • Published: Tuesday, 28 July 2020
  • , Updated: 28 July 2020, 08:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ନିକଟତମ ଆତ୍ମୀୟମାନଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସହାୟତା ମଧ୍ୟ କରୋନା ମୁକାବିଲାରେ ଯୋଦ୍ଧା ଭାବେ ସାମିଲ ହୋଇଥିବା ସମସ୍ତ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି (ସରପଂଚ ଓ ଅନ୍ୟ ପ୍ରତିନିଧି)ଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏହି କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସେମାନଙ୍କ ଆତ୍ମୀୟମାନଙ୍କୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, କୋଭିଡ-୧୯ ବା କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ନିକଟତମ ଆତ୍ମୀୟମାନେ ଯଥାକ୍ରମେ ମାସିକ ୭୫୦୦ଟଙ୍କା ଓ ୫ହଜାର ଟଙ୍କା ଲେଖାଏ ସହାୟତା ପାଇବେ। ମୃତ ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କ ଚାକିରିକାଳ ସରିବା ପର୍ଯ୍ୟନ୍ତ ସେମାନଙ୍କ ଆତ୍ମୀୟଙ୍କୁ ଏହି ସହାୟତା ମିଳିବ। ଯୋଦ୍ଧାମାନଙ୍କ ପରିବାର ଯେପରି ଅବିଳମ୍ବେ ସହାୟତା ରାଶି ପାଇପାରିବେ, ସେଥିପାଇଁ ତ୍ୱରିତ୍ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଅଣକୋଭିଡ୍ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉନଥିବାରୁ କେତେକ ଅଭିଯୋଗ ଆସୁଥିବାରୁ ସେମାନଙ୍କ ଚିକିତ୍ସାରେ ଯେପରି ସମାନ୍ୟତମ ଅବହେଳା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରାଜ୍ୟରେ ଆମ୍ବୁଲାନ୍ସ ନେଟୱାର୍କକୁ ସୁଦୃଢ଼ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ରୋଗୀଙ୍କ ଜୀବନ ବଂଚାଇବାକୁ ପ୍ରାଥମିକତା ଦେଇ ସବୁପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଏବେସୁଦ୍ଧା ସମଗ୍ର ରାଜ୍ୟରେ ପ୍ରାୟ ୧୪ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି।

Related story