ଲକ୍‌ଡାଉନ ପରେ ହେବ ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ ପରେ ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା କରିବାକୁ ପ୍ରସ୍ତୁତ ଅଛି ଗଣଶିକ୍ଷା ବିଭାଗ। ତେବେ ଏନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଲକ୍‌ଡାଉନ ଯୋଗୁ ଯୁକ୍ତ ଦୁଇ ପିଲାଙ୍କର ପରୀକ୍ଷା ଅଧାରୁ ସ୍ଥଗିତ ରହିଥିଲା। ଲକ୍‌ଡାଉନ ଖୋଲିବା ପରେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ବାକି ଥିବା ବିଷୟର ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି […]

vnm999

Tapaswini Nayak
  • Published: Wednesday, 29 April 2020
  • , Updated: 29 April 2020, 02:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ ପରେ ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା କରିବାକୁ ପ୍ରସ୍ତୁତ ଅଛି ଗଣଶିକ୍ଷା ବିଭାଗ। ତେବେ ଏନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଲକ୍‌ଡାଉନ ଯୋଗୁ ଯୁକ୍ତ ଦୁଇ ପିଲାଙ୍କର ପରୀକ୍ଷା ଅଧାରୁ ସ୍ଥଗିତ ରହିଥିଲା। ଲକ୍‌ଡାଉନ ଖୋଲିବା ପରେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ବାକି ଥିବା ବିଷୟର ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସାମାଜିକ ଦୂରତା ନିୟମର ପାଳନ ସହ ପରୀକ୍ଷା କରାଯିବ। କିଛି କଲେଜରେ କ୍ୱାରେଣ୍ଟିନ୍ ସେଣ୍ଟର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଚୟନ କରାଯିବ।

Related story