ଶେଷ ହେଲା ପୁଞ୍ଜିଲାଲ ମେହେରଙ୍କ ୬ଦିନିଆ ରିମାଣ୍ଡ ଅବଧି

Ordigital Desk
  • Published: Wednesday, 02 May 2018
  • , Updated: 02 May 2018, 08:09 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷ ହେଲା ପୁଞ୍ଜିଲାଲ ମେହେରଙ୍କ ୬ଦିନିଆ ରିମାଣ୍ଡ ଅବଧି।&nbsp; ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍&zwnj;ଡିଜେମ୍ କୋର୍ଟରେ ହାଜର କରାଯିବ।&nbsp; ଘଟଣାରେ ତଦନ୍ତ ଜାରି ରହିଥିବାରୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ପୁଣିଥରେ ପୁଞ୍ଜିଲାଲଙ୍କୁ&nbsp; ରିମାଣ୍ଡରେ ଆଣିବ ବୋଲି କୁହାଯାଉଛି।&nbsp; ଏଥିପାଇଁ ଆଜି କୋର୍ଟଙ୍କ ନିକଟରେ କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ । ୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ପାଟଣାଗଡ ନିଆଯାଇଥିଲା।&nbsp; ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି।&nbsp; ସେପଟେ ଘଟଣାରେ ଏ ପର୍ଯ୍ୟନ୍ତ ଅଟୋ ଚାଳକଙ୍କ ପତ୍ତା ମିଳିନି।&nbsp; ରାୟପୁରରେ କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍ ରହି ତଦନ୍ତ କରୁଥିବାବେଳେ ଆଇଜି ଅରୁଣ ବୋଥ୍ରା ମଧ୍ୟ ରାୟପୁର ଯାଇ ତଦନ୍ତ କରିବେ ବୋଲି ଜଣାପଡିଛି।</p>

Related story