ନର୍ସଙ୍କ ବିରୋଧରେ ନର୍ସଙ୍କ ଅଭିଯୋଗ, କହିଲେ- ଚାଲି ଯାଇଥା’ନ୍ତା ଜୀବନ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ନର୍ସଙ୍କ ବିରୋଧରେ ନର୍ସଙ୍କ ଅଭିଯୋଗ। ତାହା ପୁଣି ଭୁଲ୍‌ ଇଞ୍ଜେକସନ ଦେଇଥିବାର ଅଭିଯୋଗ। ଏହାକୁ ନେଇ ଗତକାଲି ରାତିରେ ହୋଇଥିଲା ହଙ୍ଗାମା। ବୁର୍ଲା ଭିମସାରର କାର୍ଡିଓଲୋଜି ବିଭାଗରେ କାମ କରୁଥିବା ନର୍ସ ପୂର୍ଣ୍ଣିମା କୁମ୍ଭାର କୋଭିଡରେ ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗତକାଲି ତାଙ୍କୁ ଜଣେ ନର୍ସ ରେମଡେସିଭିର ଇଂଜେକସନ ଦେଇଥିଲେ। ଅପରାହ୍ନରେ ପୁଣି ଜଣେ ନର୍ସ ସେହି ଇଂଜେକସନ ଦେବାକୁ ଆସିଥିଲେ। […]

VIMSAR

VIMSAR

Jitendra Garnayak
  • Published: Wednesday, 19 May 2021
  • Updated: 19 May 2021, 02:26 PM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ନର୍ସଙ୍କ ବିରୋଧରେ ନର୍ସଙ୍କ ଅଭିଯୋଗ। ତାହା ପୁଣି ଭୁଲ୍‌ ଇଞ୍ଜେକସନ ଦେଇଥିବାର ଅଭିଯୋଗ। ଏହାକୁ ନେଇ ଗତକାଲି ରାତିରେ ହୋଇଥିଲା ହଙ୍ଗାମା।

ବୁର୍ଲା ଭିମସାରର କାର୍ଡିଓଲୋଜି ବିଭାଗରେ କାମ କରୁଥିବା ନର୍ସ ପୂର୍ଣ୍ଣିମା କୁମ୍ଭାର କୋଭିଡରେ ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗତକାଲି ତାଙ୍କୁ ଜଣେ ନର୍ସ ରେମଡେସିଭିର ଇଂଜେକସନ ଦେଇଥିଲେ। ଅପରାହ୍ନରେ ପୁଣି ଜଣେ ନର୍ସ ସେହି ଇଂଜେକସନ ଦେବାକୁ ଆସିଥିଲେ। ସେ ଏହାର ପ୍ରତିବାଦ କରିଥିଲେ। ଆଗରୁ ଗୋଟିଏ ରେମଡେସିଭିର ଇଂଜେକସନ ଦିଆଯାଇଥିବା ନେଇ କହିବା ସତ୍ତ୍ୱେ ଉକ୍ତ ନର୍ସ ଜଣଙ୍କ କିଛି ଶୁଣି ନଥିଲେ।

ପୂର୍ଣ୍ଣିମା ଅଭିଯୋଗ କରିଛନ୍ତି ଯେ ଦ୍ୱିତୀୟ ଥର ଦିଆଯାଇଥିବା ରେମଡେସିଭିର ଇଂଜେକସନର ପୂରା ମାତ୍ରା ଯଦି ତାଙ୍କ ଶରୀରକୁ ଯାଇଥା’ନ୍ତା, ତା’ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥା’ନ୍ତା।

ଏହି ଘଟଣା ସଂପର୍କରେ ଜାଣିବା ପରେ ପୂର୍ଣ୍ଣିମାଙ୍କ ପରିବାର ଲୋକେ ଗତକାଲି ରାତିରେ ହସ୍ପିଟାଲ ସମ୍ମୁଖ ରାସ୍ତାରେ ଜମା ହୋଇ ପାଟିତୁଣ୍ଡ କରିଥିଲେ। ପୁଲିସ୍ ଆସି ବୁଝାସୁଝା କରିବା ପରେ ସେମାନେ ଘରକୁ ଫେରି ଯାଇଥିଲେ। ଆଜି ସକାଳେ ପୂର୍ଣ୍ଣିମାଙ୍କ ପରିବାର ଲୋକେ ଭିମସାର କର୍ତ୍ତୃପକ୍ଷଙ୍କୁ ଦେଖା କରି ସଂପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଭିମସାର ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି ଯେ ଏହି ଅଭିଯୋଗର ତଦନ୍ତ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story