୨ ଘଣ୍ଟା ଚକା ଜାମ୍‌; ରାଜପଥ ଅବରୋଧ କଲା ରେଙ୍ଗାଳି ବାସଚ୍ୟୁତ ସମିତି

Ordigital Desk
  • Published: Saturday, 17 June 2017
  • , Updated: 17 June 2017, 09:38 AM IST
<p>[vc_row][vc_column][vc_video link=&quot;: ଏକର ପିଛା ପଚାଶ ହଜାର ଟଙ୍କା ଅନୁକମ୍ପାମୂଳକ ମହାୟତା ଦାବିରେ ଦେବଗଡ଼ ଓ ପାଲଲହଡ଼ାର ରେଙ୍ଗାଳି ବାସଚ୍ୟୁତ ସମିତି ପକ୍ଷରୁ ଆଜି ସକାଳେ ପାଲଲହଡ଼ା ଓ ଖମାର ଠାରେ ୧୪୯ ନମ୍ବର ଓ ୪୯ ନମ୍ବର ଜାତୀୟ ରାଜପଥକୁ ଦୁଇ ଘଣ୍ଟା ପାଇଁ ଅବରୋଧ କରାଯାଇଥିଲା। ଏହି ରାସ୍ତାରୋକ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ହୋଇଥିଲା।</p> <p>ସମିତି ପକ୍ଷରୁ କୁହାଯାଇଛି ଯେ ୩୪ ବର୍ଷ ବିତିଗଲା ପରେ ମଧ୍ୟ ରେଙ୍ଗାଳି ବହୁମୁଖୀ ବନ୍ଧ ଯୋଜନାର ବାସଚ୍ୟୁତଙ୍କ ଦୁଃଖ ଦୂର ହୋଇନି। ନିଜର ବାପାଅଜା ଅମଳର ଜମିବାଡ଼ି ଓ ଭିଟାମାଟି ହରାଇଥିବା ୨୨୦ଟି ଗାଁର ୩୩୦୦ ପରିବାର ଏପର୍ଯ୍ୟନ୍ତ ଥଇଥାନ ହୋଇପାରି ନାହାନ୍ତି। ବାରମ୍ବାର ଦାବି ପରେ ୨୦୧୦ରେ ସରକାର ବାସଚ୍ୟୁତମାନଙ୍କୁ ଏକର ପିଛା ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି।</p> <p>ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର ଦେବଗଡ଼ ସଭାପତି ନେତ୍ରାନନ୍ଦ ସାମଲ କହିଛନ୍ତି,&ldquo;ସରକାର ୧୯୯୧ ମସିହାରେ ଘୋଷଣା କଲେ ରେଙ୍ଗାଳି ବନ୍ଧ କାମ ସମାପ୍ତ ହୋଇଗଲା। କିନ୍ତୁ ଅତି ଦୁଃଖର କଥା ଏପର୍ଯ୍ୟନ୍ତ ୩୯ଟି ଗାଁର ଲୋକଙ୍କୁ ଥଇଥାନ କରାଯାଇନି କି କ୍ଷତିପୂରଣ ଦିଆଯାଇନି। ୩୯ଟି ଗାଁ ମଧ୍ୟରୁ ୨୮ଟି ରେଙ୍ଗାଳି ଡ୍ୟାମ୍ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୧ଟି ଗୁହିଡ଼ା ଡ୍ୟାମ୍ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ତୁରନ୍ତ ସେ ଲୋକମାନଙ୍କୁ ଥଇଥାନ କରିବା ସହିତ କ୍ଷତିପୂରଣ ଦେବାକୁ ଆମେ ଦାବି କରୁଛୁ।&rdquo;[/vc_column_text][/vc_column][/vc_row]</p>

Related story