ଶେଷରେ ନେଗେଟିଭ ଆସିଲା କରୋନା ରିପୋର୍ଟ, ଆଜିଠୁ ବିଧାନସଭା ଯିବେ ରେଙ୍ଗାଲି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ବିଧାନସଭା ଯିବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ।  ବିଧାନସଭା  ଯିବା ପାଇଁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ବିଧାୟକ । ଚଳିତ ମାସ ୧୯ ତାରିଖରେ ବିଧାନସଭାରେ ହୋଇଥିବା ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେ  ଏକ ଘରୋଇ ଲ୍ୟାବରେ ଟେଷ୍ଟ କରିଥିଲେ । ସେଠାରେ ରିପୋର୍ଟ ନେଗେଟିଭ ଆସିଥିଲା । ଏ ନେଇ ଆକ୍ରୋଶ ରଖି ତାଙ୍କୁ ବିଧାନସଭାରେ ପ୍ରବେଶ କରାଇ ଦିଅଯାଉନଥିବା ସେ ଅଭିଯୋଗ କରିଥିଲେ […]

mla-1

Niharika Rout
  • Published: Friday, 27 November 2020
  • , Updated: 27 November 2020, 09:02 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ବିଧାନସଭା ଯିବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ।  ବିଧାନସଭା  ଯିବା ପାଇଁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ବିଧାୟକ ।

ଚଳିତ ମାସ ୧୯ ତାରିଖରେ ବିଧାନସଭାରେ ହୋଇଥିବା ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେ  ଏକ ଘରୋଇ ଲ୍ୟାବରେ ଟେଷ୍ଟ କରିଥିଲେ । ସେଠାରେ ରିପୋର୍ଟ ନେଗେଟିଭ ଆସିଥିଲା । ଏ ନେଇ ଆକ୍ରୋଶ ରଖି ତାଙ୍କୁ ବିଧାନସଭାରେ ପ୍ରବେଶ କରାଇ ଦିଅଯାଉନଥିବା ସେ ଅଭିଯୋଗ କରିଥିଲେ । ଏହାପରେ ପୁଣି ୨୧ ତାରିଖରେ  ବିଧାନସଭାରେ ହୋଇଥିବା ଟେଷ୍ଟରେ ସ୍ପଷ୍ଟତା ନଥିଲା। ଏହାପରେ ଆଉଥରେ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ପଜିଟିଭ ଥିବା କୁହାଯାଇଥିଲା।

ଗତକାଲି ପୁଣିଥରେ ବିଧାନସଭା ପକ୍ଷରୁ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି। ଫଳରେ ଆଜିଠୁ ବିଧାନସଭା ଯିବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ।

Related story