ରେଞ୍ଜଡା ସାଇଡିଂରେ ଲୁହାପଥର ପୋତା ଯିବା ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ଖଣି ଉପନିର୍ଦ୍ଦେଶକ

ବଣାଇ: ସୁନ୍ଦରଗଡ ରେଞ୍ଜଡା ସାଇଡିଂରେ ମାଟିତଳେ ଲୁହାପଥର ପୋତା ଯାଇଥିବା ଅଭିଯୋଗ ଘଟଣାର ପୁଣି ଥରେ ତଦନ୍ତ ହୋଇଛି। କୋଇଡା ଖଣି ଉପ ନିର୍ଦ୍ଦେଶକ ଆଉ ଥରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେହିପରି ବିଜେପିର ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ ଯାଇ ଅନୁଧ୍ୟାନ କରିଛନ୍ତି। ସିପିଆଇଏମର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହାର ସଠିକ୍ ତଦନ୍ତ ଦାବି କରିଛନ୍ତି। ଖଣି ଉପ ନିର୍ଦ୍ଦେଶକ କହିଛନ୍ତି, ଲୁହାପଥର ପୋତା ଯାଇଥିବା […]

bonai

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 10:02 AM IST

ବଣାଇ: ସୁନ୍ଦରଗଡ ରେଞ୍ଜଡା ସାଇଡିଂରେ ମାଟିତଳେ ଲୁହାପଥର ପୋତା ଯାଇଥିବା ଅଭିଯୋଗ ଘଟଣାର ପୁଣି ଥରେ ତଦନ୍ତ ହୋଇଛି। କୋଇଡା ଖଣି ଉପ ନିର୍ଦ୍ଦେଶକ ଆଉ ଥରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେହିପରି ବିଜେପିର ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ ଯାଇ ଅନୁଧ୍ୟାନ କରିଛନ୍ତି। ସିପିଆଇଏମର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହାର ସଠିକ୍ ତଦନ୍ତ ଦାବି କରିଛନ୍ତି। ଖଣି ଉପ ନିର୍ଦ୍ଦେଶକ କହିଛନ୍ତି, ଲୁହାପଥର ପୋତା ଯାଇଥିବା ନେଇ କିଛି ପ୍ରମାଣ ମିଳିନି। ମାଟିତଳେ ଲୁହାପଥର ଲୁଚାଇ ରଖାଯାଇ ଚୋରାଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଏ ନେଇ ତଦନ୍ତ କରାଯାଇ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇ ସାରିଛି।

Related story