କଟକଣାରେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ; ରାଜଧାନୀରେ ୨୫ ପ୍ଲାଟୁନ ପୁଲିସ୍‌ ମୁତୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ଆଜି ସମଗ୍ର ଦେଶ ପାଳୁଛି  ୭୨ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ଗାନ୍ଧି ମାର୍ଗରେ ଆଜି ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଗାନ୍ଧିମାର୍ଗରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି ହୋଇଛି । ସକାଳ ୬ଟା ୩୦ରୁ ୯ଟା ଯାଏଁ ଗାନ୍ଧି ମାର୍ଗକୁ ସର୍ବସାଧାରଣଙ୍କ ପାଇଁ ବାରଣ କରାଯାଇଛି । ଏଠାରେ ସକାଳ ୮ଟା ୩୦ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ […]

PURI

PURI

Niharika Rout
  • Published: Tuesday, 26 January 2021
  • Updated: 26 January 2021, 08:01 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ଆଜି ସମଗ୍ର ଦେଶ ପାଳୁଛି  ୭୨ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ଗାନ୍ଧି ମାର୍ଗରେ ଆଜି ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଗାନ୍ଧିମାର୍ଗରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି ହୋଇଛି । ସକାଳ ୬ଟା ୩୦ରୁ ୯ଟା ଯାଏଁ ଗାନ୍ଧି ମାର୍ଗକୁ ସର୍ବସାଧାରଣଙ୍କ ପାଇଁ ବାରଣ କରାଯାଇଛି । ଏଠାରେ ସକାଳ ୮ଟା ୩୦ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।

ରାଜ୍ୟସ୍ତରୀୟ ପରେଡ୍‌ରେ ପୁଲିସ୍‌, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଭଳି ୧୪ଟି କଣ୍ଟିନେଣ୍ଟ ଭାଗ ନେଉଛନ୍ତି  । ଏଥର କିନ୍ତୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେଉନାହାନ୍ତି । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ପରେଡ୍ ସ୍ଥଳରେ ପଥଚାରୀ ଓ ଗାଡ଼ି ଚଳାଚଳ ବନ୍ଦ ରଖାଯିବ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଦେଇ ଆସୁଥିବା ଗାଡ଼ିକୁ କେସରି ଟକିଜ୍ ଆଡ଼େ ଡାଇଭର୍ଟ କରାଯାଇଛି । ଏଜି ଛକରୁ ପିଏମ୍‌ଜି  ଆଡ଼େ ଆସୁଥିବା ଗାଡ଼ିକୁ ଜୟଦେବ ଭବନ ଦେଇ ଇଡକଲ ଅଡିଟୋରିୟମ ଆଡ଼େ ଡାଇଭର୍ଟ କରାଯିବ । ପରେଡ୍ ବେଳେ ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୁଲିସ୍‌ ମୁତୟନ ରହୁଛନ୍ତି।

ସେହିପରି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ଼ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ କରୋନା ମହାମାରୀ ଲାଗି ସାଧାରଣତନ୍ତ୍ର ଦିବସ ସମାରୋହରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହି ଅବସରରେ ଅଂଶଗ୍ରହଣ କରୁଥିବା କଣ୍ଟିଜେଣ୍ଟ୍ ସହ ପ୍ରଜ୍ଞାପନ ମେଢ ସଂଖ୍ୟା ହ୍ରାସ କରାଯାଇଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିନ କରାଯିବ।

ପ୍ରତିବର୍ଷ ସାଢ଼େ ୮ କିଲୋମିଟର ପରେଡ୍ ମାର୍ଚ୍ଚ ହେଉଥିବା ବେଳେ ଚଳିତ ବର୍ଷ ପରେଡ୍ ଲମ୍ବକୁ ମଧ୍ୟ ୫ କିଲୋମିଟର ହ୍ରାସ କରାଯାଇଛି । ଲାଲକିଲ୍ଲା ପୂର୍ବରୁ ନ୍ୟାସନାଲ ଷ୍ଟାଡିୟମ୍ ନିକଟରେ ଶେଷ ହେବ ପରେଡ୍ । ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଳାକାରଙ୍କ ସଂଖ୍ୟା ମଧ୍ୟ କମାଇ ଦିଆଯାଇଛି । ପରେଡ୍‌ରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହେବେ ନାହିଁ।  ଏଥର ପରେଡରେ କେହି ବିଦେଶୀ ଅତିଥି ଯୋଗଦେଉନାହାନ୍ତି  ।

ପରେଡରେ ସାମିଲ ହେବେ ଭାରତର ପ୍ରଥମ ମହିଳା ଫାଇଟର୍ ପାଇଲଟ୍ । ପରେଡରେ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରେ ନିୟୋଜିତ ଯବାନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ବାୟୁସେନାରେ ସାମିଲ କରାଯାଇଥିବା ଫାଇଟର ଜେଟ୍ ରାଫେଲ୍ ଫ୍ଲାଏପାଷ୍ଟ୍ କରିବ । ତେବେ ଏହି ସମାରୋହର ଅନ୍ୟତମ ଆକର୍ଷଣ ରହିବ ବାଂଲାଦେଶୀ ସେନାଙ୍କ ପରେଡ୍ । ପରେଡ୍‌ରେ ପ୍ରଥମ ଥର ପାଇଁ ଭାଗ ନେବେ ବାଙ୍ଗଲାଦେଶୀ ସେନା । ପରେଡରେ ବାଙ୍ଗଲାଦେଶର ୨ଟି କଣ୍ଟିଜେଣ୍ଟ ଭାଗନେବ । ଗୋଟିଏ କଣ୍ଟିଜେଣ୍ଟ ମାର୍ଚ୍ଚ ଫାଷ୍ଟ କରିବାକୁ ଥିବାବେଳେ ଅନ୍ୟଟି ମିଲିଟାରି ବ୍ୟାଣ୍ଡ ପ୍ରଦର୍ଶନ କରିବ । ପରେଡ ଲାଗି ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାୟ ୪୦ ହଜାର ଯବାନ ମୁତୟନ ହୋଇଛନ୍ତି ।

ଗଣତନ୍ତ୍ର ଦିବସ ଉପଲକ୍ଷେ ଆନ୍ତର୍ଜାତୀକ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।  ପୁରୀ ସମୁଦ୍ର ବେଳାଭୂମିରେ ବାଲିରେ  ‘ହାପି ରିପବ୍ଲିକ ଡେ’ ସହ ‘ମେରା ଭାରତ ମହାନ’ ଲେଖି ଦେଶବାସୀଙ୍କୁ ଶିଳ୍ପୀ ବାର୍ତ୍ତା ଦେଇଛନ୍ତି । ଏହି  ବାଲୁକାମୂର୍ତ୍ତି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି । ବାଲୁକାମୂର୍ତ୍ତି ନିର୍ମାଣ ପାଇଁ ମାନସଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story