ରାହୁଲ ଜୁଳୁଜୁଳୁ ଆଖିରେ ଆମକୁ ଚାହିଁଥିଲା: ଏନ୍‌ଡିଆରଏଫ୍‌ ଇନିସ୍‌ପେକ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୫ ଦିନ ଧରି ନିରବଚ୍ଛିନ୍ନ ଭାବେ ଚାଲିଥିବା ଅପରେସନ ‘ଜିନ୍ଦେଗୀ’ ଶେଷରେ ଗତକାଲି ମଧ୍ୟ ରାତିରେ ସଫଳ ହେଲା। ଜୀବନ-ମରଣ ମଧ୍ୟରେ ଚାଲିଥିବା ସଂଘର୍ଷରେ ଜିତିଗଲା ରାହୁଲ। ୮୦ ଫୁଟ ବୋରୱେଲରେ ଫସି ରହିଥିବା ବାଳକଟି ଶେଷରେ ମରଣ ମୁହଁରୁ ଫେରି ଆସିଲା। ଆଶ୍ୱସ୍ତ ହେଲେ ସମଗ୍ର ଦେଶବାସୀ। ରାହୁଲଙ୍କୁ ଉଦ୍ଧାର କରିବାକୁ ଏନ୍‌ଡିଆରଫଏ, ଏସଡିଆରଏଫ, ଛତିଶଗଡ଼ ପୁଲିସ, ଭାରତୀୟ ସେନା ଏବଂ ଜାଞ୍ଜଗିର ଜିଲ୍ଲା ପ୍ରଶାସନ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଥିଲେ। […]

rahul

rahul

Niharika Rout
  • Published: Wednesday, 15 June 2022
  • Updated: 15 June 2022, 02:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୫ ଦିନ ଧରି ନିରବଚ୍ଛିନ୍ନ ଭାବେ ଚାଲିଥିବା ଅପରେସନ ‘ଜିନ୍ଦେଗୀ’ ଶେଷରେ ଗତକାଲି ମଧ୍ୟ ରାତିରେ ସଫଳ ହେଲା। ଜୀବନ-ମରଣ ମଧ୍ୟରେ ଚାଲିଥିବା ସଂଘର୍ଷରେ ଜିତିଗଲା ରାହୁଲ। ୮୦ ଫୁଟ ବୋରୱେଲରେ ଫସି ରହିଥିବା ବାଳକଟି ଶେଷରେ ମରଣ ମୁହଁରୁ ଫେରି ଆସିଲା। ଆଶ୍ୱସ୍ତ ହେଲେ ସମଗ୍ର ଦେଶବାସୀ।

ରାହୁଲଙ୍କୁ ଉଦ୍ଧାର କରିବାକୁ ଏନ୍‌ଡିଆରଫଏ, ଏସଡିଆରଏଫ, ଛତିଶଗଡ଼ ପୁଲିସ, ଭାରତୀୟ ସେନା ଏବଂ ଜାଞ୍ଜଗିର ଜିଲ୍ଲା ପ୍ରଶାସନ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଥିଲେ। ଏଥିପାଇଁ ରାହୁଲ ରେସକ୍ୟୁ ଅପରେସନରେ ସାମିଲ ହୋଇଥିବା ସମସ୍ତ ଟିମ୍‌ ସଦସ୍ୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏଥିସହ ରାହୁଲଙ୍କ ଉଦ୍ଧାର ବେଳର ସ୍ମୃତି ବଖାଣିଛନ୍ତି NDRF ଇନ୍ସପେକ୍ଟର ମହାବୀର ମହାନ୍ତି।

ଛତିଶଗଡ଼ର ଭିଲାଇରେ କାର୍ଯ୍ୟରତ ଥିବା NDRF ଇନ୍ସପେକ୍ଟର ମହାବୀର ମହାନ୍ତି କହିଛନ୍ତି, ଏନଡିଆରଏଫ ପାଇଁ ପ୍ରତି ଘଟଣା ଏକ ନୂଆ ଚ୍ୟାଲେଞ୍ଜ। ମୁଁ ମୋ କ୍ୟାରିଅରରେ ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ନ ଥିଲି। ମୋ ଉପରିସ୍ଥ ଅଧିକାରୀ ତଥା ଡିସିପି ୧୦ ତାରିଖ ସନ୍ଧ୍ୟାରେ ମୋତେ ଫୋନ୍‌ କରି ଏକ ନାବାଳକ ବୋରୱେଲରେ ଖସି ପଡ଼ିଥିବା କହିଥିଲେ।

ମୋତେ ଟିମ୍‌ କମାଣ୍ଡର ହିସାବରେ ଦାୟିତ୍ୱ ମିଳିଥିବାରୁ ତୁରନ୍ତ ନିଜ ଟିମ୍‌ ଧରି ବାହାରି ପଡ଼ିଥିଲି। ବାଟରେ ପ୍ରଶାସନ ସହ ଯୋଗାଯୋଗ କରି ପିଲାଟି ନିକଟକୁ ତୁରନ୍ତ ଲାଇଫ ସପୋର୍ଟ ସିଷ୍ଟମ ମାଧ୍ୟମରେ ଅକ୍ସିଜେନ ଯୋଗାଣ କରିବାକୁ କହିଥିଲୁ। ପିଲାଟି ଫସିଥିବା ସ୍ଥାନର ଚତୁଃପାର୍ଶ୍ୱରେ କୌଣସି ଭାରି ଚାପ ନ ପକାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲୁ। ଭାରି ଚାପ ଥିଲେ ମାଟି ଧସି ହେବାର ଆଶଙ୍କା ଥିଲା। ଏଥିସହ କିପରି ରହିବ ଉଦ୍ଧାର ପ୍ରକ୍ରିୟା, ତାହାର ବ୍ଲୁ ପ୍ରିଣ୍ଟ ଆମେ ରାସ୍ତାରେ ହିଁ ପ୍ରସ୍ତୁତ କରିଥିଲୁ।

ପିଲାଟି ଖେଳୁ ଖେଳୁ ୮୦ ଫୁଟ ତଳ ବୋରୱେଲକୁ ଖସି ଯାଇଥିବା ବେଳେ ତାକୁ ଉଦ୍ଧାର କରିବା ଏତେ ସହଜ ନ ଥିଲା। କାରଣ ଉକ୍ତ ବୋରୱେଲ ତେଢ଼ା ଥିବାରୁ ସଙ୍ଗେ ସଙ୍ଗେ ପାରାଲାଲ ଟନେଲ ଖୋଳିବା କାମ ଆରମ୍ଭ କଲୁ। ବୋରୱେଲର ତଳେ ପାଣିରେ ସାପବେଙ୍ଗ ଥିବା ବେଳେ ପିଲାଟି ଆବନର୍ମାଲ ଥିଲା। ପିଲାଟି ଆମକୁ ସହଯୋଗ କରିବାକୁ ଅସମର୍ଥ ଥିବାରୁ ଆମେ ତତ୍‌କ୍ଷଣାତ ନୂଆ ନୂଆ ଟେକନୋଲଜି ବ୍ୟବହାର କରିଥିଲୁ।

ରାହୁଲ ପାଇଁ ଗୋଟିଏ ଗୋଟିଏ ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ରାହୁଲର ଜୀବନ ଥିଲେ ହିଁ ଆମେ ଆମ ଲକ୍ଷ୍ୟ ପଥରେ ଆଗେଇପାରିବୁ ବୋଲି ଭାବିଥିଲୁ। ଭିତରେ ଗରମ ହେଉଥିବ, ତାପମାତ୍ରା ଅତ୍ୟଧିକ ଥିବ ଭାବି ତା’ ପାଖକୁ ନିରବଚ୍ଛିନ ଅକ୍ସିଜେନ ସପ୍ଲାଏ କଲୁ। ଖାଦ୍ୟ, ପାନୀୟ ଯୋଗାଇଥିଲୁ। ଲାଇଟ, କ୍ୟାମେରା ପକାଇ ୨୪ ଘଣ୍ଟା ତା’ ଉପରେ ନଜର ରଖିଥିଲୁ। ବୋରୱେଲ କିପରି ନ ଧସିବ, ପାଣିର ମାତ୍ରା କିପରି କମ୍‌ କରିବୁ ସେଥିନିମନ୍ତେ ପଦକ୍ଷେପ ନେଇଥିଲୁ।

ଆମେ ଯେତେ ତଳକୁ ତଳ ଗଲୁ, ସେତେ ଅଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଲୁ। ୬୦ ଫୁଟ ତଳେ ଥିବା ପଥର କାଟି, ଖୋଳି ଆଗକୁ ଯିବା ଅତ୍ୟନ୍ତ କାଠିକର ପାଠ ହୋଇଗଲା। ମେସିନ ସାହାଯ୍ୟରେ କିମ୍ବା ମାନୁଆଲି ଖୋଳିବା ବି ଅସମ୍ଭବ ଥିଲା। ଏହାଦ୍ୱାରା ଆମେ ବି ମରଣ ମୁହଁକୁ ଠେଲି ହୋଇଯାଇଥିଲୁ, କିନ୍ତୁ ତାହାକୁ ଖାତିର କରି ନ ଥିଲୁ।

ଅପରେସନ ଅନ୍ତିମ କ୍ଷଣରେ ପହଞ୍ଚିବା ପରେ ଆମେ ରାହୁଲକୁ ଦେଖିବାକୁ ସମର୍ଥ ହେଲୁ। ପିଲାଟିକୁ ଅତି ପାଖରୁ ଦେଖିବା ପରେ ଆମ କଠିନ ପରିଶ୍ରମ ସାର୍ଥକ ହେଲା ପରି ଲାଗିଲା। ଆମ ଆଖିରେ ଲୁହ ଆସିଗଲା। ରାହୁଲ ବି ଜୁଳୁଜୁଳୁ ଆଖିରେ ଆମକୁ ଦେଖୁଥିଲା। ଆମ ମଝିରେ ପଥର ଚଟାଣ ଥିବାରୁ ଆମେ ତାକୁ ବାହାର କରିପାରୁ ନ ଥିଲୁ। ଶେଷ ଘଣ୍ଟାକ ସମୟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମେ ଟିମ୍‌ ସଦସ୍ୟ ନିଜ ଜୀବନକୁ ବାଜି ଲଗାଇ ଭିତରକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇ ତାକୁ ବାହାରକୁ ଆଣିଥିଲେ। ଏହା ପରେ ସଫଳ ହୋଇଥିଲା ‘ଅପରେସନ ଜିନ୍ଦେଗୀ’। ରାହୁଲ ଉଦ୍ଧାର ହେବା ପରେ ସମସ୍ତେ ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ।

ଉଦ୍ଧାର ପରେ ରାହୁଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍ କରିଡର ଭିତରେ ବିଳାସପୁର ଆପୋଲୋ ହସ୍ପିଟାଲରେ ଗତ ରାତିରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ମେଡିକାଲ ଟିମ୍ ରାହୁଲର ଚିକିତ୍ସା କରୁଛନ୍ତି। ପ୍ରାଥମିକ ଚିକିତ୍ସା ପରେ ରାହୁଲ ସୁସ୍ଥ ଥିବା ସୂଚନା ମିଳିଛି। ତଥାପି ରାହୁଲର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।  ଆଇସିୟୁରେ ଭର୍ତ୍ତି ହୋଇଥିବା ରାହୁଲକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story