ଏନ୍ଏଲ୍‌ୟୁରେ ଓଡ଼ିଶା ପିଲାଙ୍କ ପାଇଁ ୨୫% ସିଟ୍‌ ସଂରକ୍ଷିତ ରହିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଏଣିକି କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍ଏଲ୍‌ୟୁ)ରେ ଓଡ଼ିଆ ପିଲାଙ୍କ ପାଇଁ ରହିବ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ। ଏ ନେଇ ଆଜି ଏନ୍ଏଲ୍‌ୟୁର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ସୁବିଧା ପାଇପାରିବେ ଛାତ୍ରଛାତ୍ରୀ। ସ୍ନାତକ ପାଇଁ ଦ୍ୱାଦଶ ଶ୍ରେଣୀ ପାସ୍ ସହ ୬୦% ମାର୍କ ଓ ସ୍ନାତକୋତ୍ତର ଲାଗି ଗ୍ରାଜୁଏଟ୍ କୋର୍ସ ଯଥା ବି.ଏ.ଏଲ୍‌ଏଲ୍‌ବି (B.A.L.L.B), ବି.ବି.ଏ.ଏଲ୍.ଏଲ୍.ବି (B.B.A.L.L.B) ଅଏଲ୍‌ଏଲ୍‌ବି (L.L.B) ସହ […]

national-law-university

Manoranjan Sial
  • Published: Saturday, 04 January 2020
  • , Updated: 04 January 2020, 08:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଏଣିକି କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍ଏଲ୍‌ୟୁ)ରେ ଓଡ଼ିଆ ପିଲାଙ୍କ ପାଇଁ ରହିବ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ। ଏ ନେଇ ଆଜି ଏନ୍ଏଲ୍‌ୟୁର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ସୁବିଧା ପାଇପାରିବେ ଛାତ୍ରଛାତ୍ରୀ। ସ୍ନାତକ ପାଇଁ ଦ୍ୱାଦଶ ଶ୍ରେଣୀ ପାସ୍ ସହ ୬୦% ମାର୍କ ଓ ସ୍ନାତକୋତ୍ତର ଲାଗି ଗ୍ରାଜୁଏଟ୍ କୋର୍ସ ଯଥା ବି.ଏ.ଏଲ୍‌ଏଲ୍‌ବି (B.A.L.L.B), ବି.ବି.ଏ.ଏଲ୍.ଏଲ୍.ବି (B.B.A.L.L.B) ଅଏଲ୍‌ଏଲ୍‌ବି (L.L.B) ସହ ୫୦% ମାର୍କ ରଖିଥିବା ପିଲାଙ୍କୁ ନାମଲେଖାର ସୁଯୋଗ ମିଳିବ। ଆସନ୍ତା ଶିକ୍ଷା ବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷଣ ଲାଗି ଚିଠି ଲେଖିଥିଲା ଉଚ୍ଚଶିକ୍ଷା ବିଭାଗ।

Related story