ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ହାଇସ୍କୁଲରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ  ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ସ୍ଥାନ ସଂରକ୍ଷଣ ଦେବା ନିମନ୍ତେ ବିଜେଡି ରାଜ୍ୟ ପରିଷଦରେ ପ୍ରସ୍ତାବ ପାରିତ ହୋଇଛି। ଆଉ ଏହି ପ୍ରସ୍ତାବକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ମଧ୍ୟ କରିଛନ୍ତି। ଆଉ ଏହି ପାରିତ ପ୍ରସ୍ତାବକୁ ସରକାରୀ  ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ବିଜେଡି ପକ୍ଷରୁ ଆୟୋଜିତ […]

school

Subhransu Sekhar
  • Published: Monday, 21 December 2020
  • , Updated: 21 December 2020, 10:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ହାଇସ୍କୁଲରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ  ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ସ୍ଥାନ ସଂରକ୍ଷଣ ଦେବା ନିମନ୍ତେ ବିଜେଡି ରାଜ୍ୟ ପରିଷଦରେ ପ୍ରସ୍ତାବ ପାରିତ ହୋଇଛି। ଆଉ ଏହି ପ୍ରସ୍ତାବକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ମଧ୍ୟ କରିଛନ୍ତି। ଆଉ ଏହି ପାରିତ ପ୍ରସ୍ତାବକୁ ସରକାରୀ  ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ସରକାରୀ ହାଇସ୍କୁଲରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖାରେ ୧୦ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବା ନିମନ୍ତେ ଏକ ପ୍ରସ୍ତାବ ଦଳର ରାଜ୍ୟ ପରିଷଦ ବୈଠକରେ ପାରିତ ହୋଇଛି। ଏହି ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବ।

Related story