ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ସେହିପରି ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୂଖ ସଚିବ ଥିବା ଅନୁ ଗର୍ଗ ହୋଇଛନ୍ତି ଜଳ ସଂପଦ ବିଭାଗର ପ୍ରମୂଖ ସଚିବ। ଏହା ସହିତ ଅନୁ ଗର୍ଗଙ୍କ ହାତରେ ପୂର୍ବବତ୍ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର […]

odisha secretariat

Jitendra Garnayak
  • Published: Monday, 27 July 2020
  • , Updated: 27 July 2020, 01:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ସେହିପରି ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୂଖ ସଚିବ ଥିବା ଅନୁ ଗର୍ଗ ହୋଇଛନ୍ତି ଜଳ ସଂପଦ ବିଭାଗର ପ୍ରମୂଖ ସଚିବ। ଏହା ସହିତ ଅନୁ ଗର୍ଗଙ୍କ ହାତରେ ପୂର୍ବବତ୍ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ ରହିବ।

ଏମ୍‌ଏସ୍‌ଏମ୍‌ଇର ପ୍ରମୂଖ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସୁରେନ୍ଦ୍ର କୁମାର ହୋଇଛନ୍ତି ଖଣି ଓ ଇସ୍ପାତ ବିଭାଗର ପ୍ରମୂଖ ସଚିବ। ଏହା ସହିତ ସୁରେନ୍ଦ୍ର କୁମାର ସିଡିଏ (କଟକ ଡେଭଲପ୍‌ମେଣ୍ଟ ଅଥରିଟି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସୁରେନ୍ଦ୍ର କୁମାର ପୂର୍ବରୁ ଜଳ ସଂପଦ ବିଭାଗର ପ୍ରମୂଖ ସଚିବ ଥିଲେ।

ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ପ୍ରମୂଖ ସଚିବ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୂଖ ସଚିବ କରାଯାଇଛି।

Related story