ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ। କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ (ସିଏମସି)ର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ପୂର୍ବରୁ ସେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ରେଜିଷ୍ଟ୍ରାର (ଆଡ୍‌ମିନିଷ୍ଟ୍ରେସନ୍‌) ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟପକ୍ଷରେ କଟକ ମହାନଗର ନିଗମ (ସିଏମ୍‌ସି)ରେ ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରୁଥିବା ଓଏଏସ୍‌ ଅଫିସର ଅବିନାଶ […]

Lokaseba Bhaban

Jitendra Garnayak
  • Published: Thursday, 31 March 2022
  • , Updated: 31 March 2022, 04:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ।

କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ (ସିଏମସି)ର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ପୂର୍ବରୁ ସେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ରେଜିଷ୍ଟ୍ରାର (ଆଡ୍‌ମିନିଷ୍ଟ୍ରେସନ୍‌) ଭାବେ କାର୍ଯ୍ୟ କରୁଥିଲେ।

ଅନ୍ୟପକ୍ଷରେ କଟକ ମହାନଗର ନିଗମ (ସିଏମ୍‌ସି)ରେ ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରୁଥିବା ଓଏଏସ୍‌ ଅଫିସର ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଭାବେ ବଦଳି କରାଯାଇଛି।

ପାରଳାଖେମୁଣ୍ଡି ସବ୍‌ କଲେକ୍ଟର ଥିବା ଦିଲୀପ କୁମାର ମହାରଣାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି।

ମାଲକାନଗିରି ଆଇଟିଡିଏ ପିଏ ଭାବେ କାର୍ଯ୍ୟରତ ଥିବା କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଡିଆରଡିଏକୁ ଅତିରିକ୍ତ ପିଡି (ଆଡ୍‌ମିନିଷ୍ଟ୍ରେସନ) ଭାବେ ବଦଳି କରାଯାଇଛି।

ମୟୂରଭଞ୍ଜ ବିଜିତଲାରେ ବିଡିଓ ଥିବା ତ୍ରିନାଥ ମାଝୀଙ୍କୁ ମାଲକାନଗିରି ଆଇଟିଡିଏର ପିଏ ଭାବେ ବଦଳି କରାଯାଇଛି। ଗଞ୍ଜାମ ଜିଲ୍ଲା ଚିକିଟିରେ ବିଡିଓ ଥିବା ଫାଲ୍‌ଗୁନି ମାଝୀଙ୍କୁ ଗଜପତି ଆଇଟିଡିଏର ପିଏ ଭାବେ ନିଯୁକ୍ତି ଦିଆଯାଇଛି।

Related story