ପ୍ରଦୀପ ଓ ମୋନାଙ୍କୁ ମିଳିଲା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ବର୍ଷକ ପରେ ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ କୁମାର ଜେନା ଓ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ(ଏସିଏସ୍) ପାହ୍ୟାକୁ ପଦୋନ୍ନତି ମିଳିଛି। ଗତ ସପ୍ତାହରେ ୨୭ଜଣ ଆଇଏଏସ ଅଫିସରଙ୍କୁ ପଦୋନ୍ନତି ମିଳିଥିଲେ ମଧ୍ୟ ପ୍ରଦୀପ ଓ ମୋନାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ୧୯୮୯ ବ୍ୟାଚର ଏହି ଦୁଇ ଆଇଏଏସ୍ ୨୦୧୯ ଜାନୁୟାରୀ ପହିଲାରୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ପାଇବାକୁ ହକଦାର ଥିଲେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି […]

pradeep-and-mona

Manoranjan Sial
  • Published: Tuesday, 31 December 2019
  • , Updated: 31 December 2019, 09:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ବର୍ଷକ ପରେ ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ କୁମାର ଜେନା ଓ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ(ଏସିଏସ୍) ପାହ୍ୟାକୁ ପଦୋନ୍ନତି ମିଳିଛି। ଗତ ସପ୍ତାହରେ ୨୭ଜଣ ଆଇଏଏସ ଅଫିସରଙ୍କୁ ପଦୋନ୍ନତି ମିଳିଥିଲେ ମଧ୍ୟ ପ୍ରଦୀପ ଓ ମୋନାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ୧୯୮୯ ବ୍ୟାଚର ଏହି ଦୁଇ ଆଇଏଏସ୍ ୨୦୧୯ ଜାନୁୟାରୀ ପହିଲାରୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ପାଇବାକୁ ହକଦାର ଥିଲେ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୮୯ ବ୍ୟାଚର ୩ଜଣ ଆଇଏଏସଙ୍କ ମଧ୍ୟରୁ ବିନୋଦ କୁମାର ଏବେ ସରକାରୀ ଚାକିରିରୁ ନିଲମ୍ବନ ଅବସ୍ଥାରେ ଥିବାବେଳେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଓ ଜଙ୍ଗଲ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ଏହି ଦୁଇ ଅଫିସରଙ୍କ ପଦୋନ୍ନତି ପରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ବାଦ୍ ଦେଲେ ରାଜ୍ୟରେ ମୋଟ ୭ଜଣ ଆଇଏଏସ୍ ଅତିିରିକ୍ତ ମୁଖ୍ୟ ସଚିବ ପାହ୍ୟାରେ କାର୍ଯ୍ୟ କରିବେ। ଏବେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କେବିକେ ମୁଖ୍ୟ ପ୍ରଶାସକ ଏସପି ଠାକୁର, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆରକେ ଶର୍ମା,ଅତିରିକ୍ତ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ରାଜସ୍ୱ ପର୍ଷଦ ସଦସ୍ୟ ସିଜେ ବେଣୁଗୋପାଳ କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ବରିଷ୍ଠତା ଦୃଷ୍ଟିରୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ୨୦୨୦ ଡିସେମ୍ବର ଓ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ୨୦୨୨ ଫେବୃୟାରୀରେ ଅବସର ପରେ ଦୁଇ ଓଡ଼ିଆ ୧୯୮୮ ବ୍ୟାଚ୍ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ଓ ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ କୁମାର ଜେନା ରାଜ୍ୟର ଶୀର୍ଷ ପ୍ରଶାସନିକ ପଦ ପାଇଁ ମୁଖ୍ୟ ଦାବିଦାର ହେବେ ବୋଲି ଜଣାପଡ଼ିଛି।

Related story